ଧର୍ମଶାଳା,୧୧।୪(ଶିବ ପ୍ରାସାଦ ମହାନ୍ତି): କେତେବେଳେ କାହା ଭାଗ୍ୟ ବଦଳିବ କେହି କହିପାରିବେ ନାହିଁ। ମଣିଷ ଅବସର ସମୟରେ ଗେମ ଖେଳିଥାଏ। ଲୋକେ ଅନେକ ସମୟରେ ଗେମ ଖେଳିଥାନ୍ତି। ବର୍ତମାନ ଆଇପିଏଲ ଚାଲିଥିବା ବେଳେ ଅନଲାଇନ ବେଟିଂ ବଜାର ସକ୍ରିୟ ହୋଇଉଠିଛି। ଏଥିରେ ଅନେକ ବେଟିଂ ଜିତି କୋଟିପତି ହେବାର ଖବର ଆସେ।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାଯତର କୁଳମଣି ତରାଇଙ୍କ ପୁଅ ଅନୀଲ ତରାଇ ବେଟିଂ କରି କୋଟିପତି ହୋଇଛନ୍ତି। ସେ ୩ କୋଟି ଟଙ୍କା ସହ ‘ମହିନ୍ଦ୍ରା ଥାର’ କାର୍ ଜିତିଛନ୍ତି। ସୂଚନା ମୁତାବକ ଅନିଲି ଗୁରୁବାର ସଂଧ୍ୟା ୭.୩୦ ଆଇପିଏଲ ମ୍ୟାଚ ପୂର୍ବରୁ My11Circle ରେ ଏକ ଟିମ କରି ୪୯ ଟଙ୍କା ଲଗାଇଥିଲେ।
ଖେଳ ଶେଷ ହେବା ପରେ ରାତି ପ୍ରାୟ ୧୧ଟା ସମୟରେ ସେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର ଜିତିଥିବା ବେଳେ ୧ନମ୍ବର୍ ରେ ରହିଥିବା ଜାଣିବାକୁ ପାଇଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇ ଆକାଉଣ୍ଟ ଖୋଲିବା ପାଇଁ କୁହାଯାଇଥିବା ସେ କହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଧରିଛି।