ଜାତୀୟ ଆନ୍ତଃ ବିଭାଗୀୟ ହକିରେ ଓଡ଼ିଆଙ୍କ କୃତିତ୍ୱ

ଭୁବନେଶ୍ୱର, ୧୦।୩(କ୍ରୀଡ଼ା ପ୍ରତିନିଧି):ହକି ଇଣ୍ଡିଆ ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ବୁଧବାର ଜାତୀୟ ଆନ୍ତଃ ବିଭାଗୀୟ ହକି ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ଫାଇନାଲରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ପିଏସ୍‌ବିବି) ଶୁଟ୍‌ ଆଉଟ ୩-୧ ଗୋଲରେ ରେଲଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ଆର୍‌ଏସ୍‌ପିବି)କୁ ହରାଇ ଚାମ୍ପିୟନ ହୋଇଛି। ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲରେ ଡ୍ର ରହିବାପରେ ଫଳାଫଳ ପାଇଁ ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ସେହିପରି ତୃତୀୟ ସ୍ଥାନପାଇଁ ଅନୁଷ୍ଠିତ ମ୍ୟାଚରେ ସର୍ଭିସେସ ସ୍ପୋଟର୍‌ସ କଣ୍ଟ୍ରୋଲ ବୋର୍ଡ (ଏସଏସସିବି)୭-୨ ଗୋଲରେ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶାର ଅନେକ ଖେଳାଳି ବିଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେମାନଙ୍କ ମଧ୍ୟରୁ ଇଗ୍ନେସ ତିର୍କୀ, ଅମିତ ରୋହିଦାସ, ଦୀପସାନ ତିର୍କୀ, ରୋଶନ ମିଞ୍ଜ, ସୁମନ୍‌ ବେକ୍‌, ସଞ୍ଜୀବ ଟପ୍ପୋ ଆଦି ଖେଳାଳିମାନେ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା ଦେଲେ ଆଇନମନ୍ତ୍ରୀ, କହିଲେ ଭିତରେ ନାହିଁ…

ଭୁବନେଶ୍ୱର,୧ା୧୧: ରତ୍ନଭଣ୍ଡାରକୁ ନେଇ ପୁଣି ଏକ ବନ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ...

ଆମ୍ବ ଟାକୁଆ ଖାଇ ଚାଲିଗଲା ୨ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୫

ଦାରିଙ୍ଗବାଡ଼ି,୧ା୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଛି।...

ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ନଂ.ଓ୍ବାର୍ଡ ମୁକ୍ତେଶର ଶୈବପୀଠ ସଂଲଗ୍ନ କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜି ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧ା୧୧: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନଭେମ୍ବର ୧ରୁ ଖୋଲିଛି କୁଲଡିହା ଅଭୟାରଣ୍ୟ। ବର୍ଷା ଋତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ...

ଟ୍ବିନ୍‌ ସିଟିରେ ପ୍ରବଳ ବର୍ଷା: ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି

କଟକ/ଭୁବନେଶ୍ୱର,୧ା୧୧: ମାସର ପ୍ରଥମ ଦିନରେ ବର୍ଷାରେ ଭିଜିଛି ଟ୍ବିନ୍‌ ସିଟି କଟକ-ଭୁବନେଶ୍ୱର। ସକାଳୁ ସକାଳୁ ଏହି ଦୁଇ ସହରରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜନଜୀବନ...

ଆଜି ଶ୍ରୀମନ୍ଦିରରେ ଦୀପାବଳି, ବଡ଼ବଡୁଆଙ୍କୁ ଡାକିବେ ଭକ୍ତ

ପୁରୀ,୧ା୧୧: ଶୁକ୍ରବାର ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ।  ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ...

ଗାଁରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ବଜାଇଲେ ମାର୍ଦ୍ଦଳ

ଭୁବନେଶ୍ୱର/କେନ୍ଦୁଝର,୧ା୧୧: ଦୀପାବଳି ଉତ୍ସବରେ ସାମିଲ ହେବାକୁ ମୋହନ ଚରଣ ମାଝୀ ଗୁରୁବାର ନିଜ ଗାଁ କେନ୍ଦୁଝରର ରାଇକଳାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଘରେ ପହଞ୍ଚି ପଇଡ଼ ପାଣି...

୧ ନଂ ଭୂତଳ ମାର୍କେଟ୍‌ରେ ଭୟଙ୍କର ନିଆଁ: ଜଳିଗଲା ଏକାଧିକ ଦୋକାନ

ଭୁବନେଶ୍ୱର,୧ା୧୧: ରାଜଧାନୀ ଭୁବନେଶ୍ୱରସ୍ଥିତ ୧ ନଂ ଭୂତଳ ମାର୍କେଟ୍‌ରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକାଧିକ କପଡ଼ା ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri