Categories: ଖେଳ

ଓଡ଼ିଶାର ୪ ଫୁଟ୍‌ବଲ କୋଚ୍‌ ଉତ୍ତୀର୍ଣ୍ଣ

ଭୁବନେଶ୍ୱର,୧୫ା୮ (ସ୍ପୋଟର୍‌ସ ବ୍ୟୁରୋ): ସମ୍ମାନଜନକ ଏଏଫ୍‌ସି ‘ବି’ ଡିପ୍ଲୋମା ଫୁଟ୍‌ବଲ କୋଚିଂ ପାଠ୍ୟକ୍ରମରେ ଓଡ଼ିଶାର ୪ ଫୁଟ୍‌ବଲ କୋଚ୍‌ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୭ ସମେତ ସମଗ୍ର ଦେଶରୁ ୨୪ ଜଣ କୋଚ୍‌ ଭାଗ ନେଇଥିଲେ। ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ୪ କୋଚ୍‌ ହେଲେ ଗାୟତ୍ରୀ ମଲିକ, ପାରୋମିତା ସିତ୍‌, ମହାବୀର ନାଥ୍‌ ଓ ଏମ୍‌. ଐଶ୍ୱର୍ଯ୍ୟନ ପିଲାଇ। ଏହି ପରିପ୍ରେକ୍ଷୀରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏହି କୋଚ୍‌ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି।

Share