Categories: ଖେଳ

ପାରା ବ୍ୟାଡ୍‌ମିଣ୍ଟନ ଟ୍ରାଏଲରେ ଓଡ଼ିଶାର ୪

ଭୁବନେଶ୍ୱର, ୨୫।୭(ତପନ ସ୍ବାଇଁ): ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଏସିଆନ ପାରା ଗେମ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ପାଇଁ ଚୟନ ଟ୍ରାଏଲ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ୪ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୋଦ ଭଗତ ସିଙ୍ଗଲ୍ସ, ଡବଲ୍ସ, ମିକ୍ସଡ ଡବଲ୍ସ ଏବଂ ଦୀପ୍‌ ରଞ୍ଜନ ବିଷୋଇ, ଦିଲେଶ୍ୱର ରାଓ ଓ ଶୁଭ୍ରଜିତ ମହାରଣା କେବଳ ଡବଲ୍ସ ଇଭେଣ୍ଟରେ ଭାଗନେବେ। ଟ୍ରାଏଲ୍‌ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ ପ୍ରମୋଦ ଭଗତ ସିଙ୍ଗଲ୍ସରେ ୨ଟି ମ୍ୟାଚ ଜିତିଛନ୍ତି। ଡବଲ୍ସ ଓ ମିକ୍ସଡ ଡବଲ୍ସରେ ତାଙ୍କୁ ମିଶ୍ରିତ ଫଳ ମିଳିଛି। ଦୀପ ରଞ୍ଜନ ଡବଲ୍ସରେ ଗୋଟିଏ ମ୍ୟାଚ ଖେଳି ହାରିଛନ୍ତି। ଶୁଭ୍ରଜିତ ଓ ଦିଲେଶ୍ୱର ଡବଲ୍ସରେ ୨ଟି ଲେଖାଏ ମ୍ୟାଚ ଖେଳି ପରାଜିତ ହୋଇଛି। ନିୟମ ଅନୁସାରେ ପ୍ରତି ପ୍ରତିଯୋଗୀ ପରିସ୍ପର ସହିତ ଖେଳିବାପରେ ଟପ୍‌-୩ରେ ରହିବା ଖେଳାଳି ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ।

Share