Categories: ଖେଳ

ଜାତୀୟ କ୍ରୀଡ଼ା ସଫ୍ଟ ଟେନିସ ପାଇଁ ଓଡ଼ିଶାର ୪ ଅଫିସିଆଲ

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ଅହମଦାବାଦରେ ହେବାକୁଥିବା ଜାତୀୟ କ୍ରୀଡ଼ାର ସଫ୍ଟଟେନିସ ଇଭେଣ୍ଟ ପାଇଁ ଓଡ଼ିଶାରୁ ୪ ଅଫିସିଆଲ ମନୋନୀତ ହୋଇଛନ୍ତି। ମହମ୍ମଦ ଆଜାମ ରେଫରି ଏବଂ ଅନସୂୟା ବାରିକ, ସତୀଶ କୁମାର ବିଶ୍ୱକର୍ମା ଓ ମହମ୍ମଦ ଅମନ ଅମ୍ପାୟର ଭାବେ ଦାୟିତ୍ୱ ତୁଲାଇବେ। ଏମାନେ ଅକ୍ଟୋବର ୭ରୁ ୧୦ ପର୍ଯ୍ୟନ୍ତ ସଫ୍ଟଟେନିସ ଇଭେଣ୍ଟ ପରିଚାଳନା କରିବେ। ମନୋନୀତ ଅଫିସିଆଲମାନଙ୍କୁ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ନିର୍ଭୟ କୁମାର ସାମନ୍ତରାୟ, ଟିଟନ ସାହୁ ଓ ରାଜେନ୍ଦ୍ର କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ। ଗତ ଅଗଷ୍ଟରେ ଥାଇଲାଣ୍ଡରେ ଅନୁଷ୍ଠିତ ପ୍ରତିଯୋଗିତାର ୪୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ବିକାଶ ଚନ୍ଦ୍ର ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

Share