Advertisement

ହାତୀମୁଣ୍ଡା ପଞ୍ଚାୟତର ଋଷିମାଳ ପାହାଡ଼ରେ ବୁଲୁଛନ୍ତି ହାତୀ ପଲ, ଭୟରେ ଘରୁ ବାହାରୁନାହାନ୍ତି ଲୋକେ

ଦାରିଙ୍ଗବାଡି /ବ୍ରାହ୍ମଣୀଗାଁ,୧୨।୨ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲାା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ହାତୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୁଲୁଛନ୍ତି ବଣୁଆ ହାତୀ। ସେମାନଙ୍କ ଚଳପ୍ରଚଳ ଦେଖି ଲୋକ ଭୟଭୀତ ହୋଇପଡିଛନ୍ତି। ସା ହେଲେ ତାଟି କବାଟ ବନ୍ଦ କରି ଘର ଭିତରେ ହିଁ ରହୁଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଉକ୍ତ ବନାଞ୍ଚଳର ହାତୀମୁଣ୍ଡା ପଞ୍ଚାୟତର ତାମଙ୍ଗି , ହାତିମୁଣ୍ଡା, ବୁଜୁଲି ଆଦି ଗ୍ରାମର ଚାଷ ଜମି ଗୁଡ଼ିକରେ ହାତୀ ପାଦ ଚିହ୍ନ ସହ ମଳ ପଡ଼ିଥିବା ଦେଖିବାକୁ ମିଳିଛି । ଏହା ବଣୁଆ ହାତୀର ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଗୋଟିଏ ମା’ହାତୀ ସହ ଛୁଆ ହାତୀ ବୁଲୁଥିବା କୁହାଯାଇଛି। ଅଞ୍ଚଳବାସୀ ଜଙ୍ଗଲ ଉପରେ ନିର୍ଭର କରୁଥିବା ବେଳେ ଏହାଶୁଣି ଭୟରେ କେହି ଜଙ୍ଗଲକୁ ଯାଉନାହାନ୍ତି। ତେବେ ଖାଦ୍ୟ ଅନ୍ବେଷଣରେ ହାତୀଦ୍ୱୟ ନିଜ ଦଳରୁ ଅଲଗା ହୋଇ ତାଙ୍କ ସାଥି ହାତୀ ପଲଙ୍କୁ ଖୋଜୁଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ରାତି ହେଲେ ମା’ ଓ ଛୁଆ ହାତୀ ଗାଁ ମୁହାଁ ହେଉଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରତିକ୍ରିୟା ରଖିଛନ୍ତି।ଏଥିଯୋଗୁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି। ଗତ ତିନିଦିନ ହେବ ଅତି ନିକଟରୁ ହାତୀକୁ ଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ଏନେଇ ବ୍ରାହ୍ମଣୀଗାଁ ବନ ବିଭାଗ ଖବର ପାଇବା ପରେ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗଦାପୁର ବନପାଳ ଏବଂ ବ୍ରାହ୍ମଣୀଗାଁ ବନପାଳ ଓ ତାଙ୍କ ଟିମ୍‌ ହାତୀର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: ganjam