Categories: ଖେଳ

ଓଡ଼ିଶାର ଆହନ ରନର ଅପ୍‌

ଭୁବନେଶ୍ୱର, ୨୦ା୩ (ସ୍ପୋଟର୍‌ସ ବ୍ୟୁରୋ): ଅଗରତାଲାରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‌ ଟେନିସ ଚାମ୍ପିୟନଶିପ୍‌ ସିରିଜରେ ଓଡ଼ିଶାର ଆହନ ମିଶ୍ର ରନରଅପ୍‌ ହୋଇଛନ୍ତି। ଫାଇନାଲରେ ସେ ଟପ୍‌ ସିଡ୍‌ ତଥା ତ୍ରିପୁରାର ତ୍ୱିଜିଲାଙ୍ଗ୍‌ ଦେବର୍ମାଙ୍କଠାରୁ ୧-୬,୧-୬ ସିଧାସଳଖ ସେଟ୍‌ରେ ହାରିଯାଇଥିଲେ।

କ୍ୱାର୍ଟରଫାଇନାଲରେ ସେ ପଶ୍ଚିମବଙ୍ଗର ମନୋଜିତ୍‌ ବାନାର୍ଜୀଙ୍କୁ ଏବଂ ସେମିଫାଇନାଲରେ ସେ ଝାଡ଼ଖଣ୍ଡର ସ୍ନେହଲ ସିଂ ମୁଣ୍ଡାଙ୍କୁ ୬-୦, ୬-୦ ସେଟ୍‌ରେ ହରାଇ ଦେଇଥିଲେ। ଓଡ଼ିଶାର ଅନ୍ୟତମ ଉଦୀୟମାନ ଟେନିସ ଖେଳାଳି ଆହନ କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ଟେନିସ ଏକାଡେମୀରେ ସିନିୟର କୋଚ୍‌ ସନ୍ତୋଷ ମଲିକଙ୍କଠାରୁ କୋଚିଂ ନେଉଛନ୍ତି। ସେ ଆକ୍ରମଣାତ୍ମକ ଟେନିସ ଖେଳିଥାନ୍ତି, ଯାହାକି ଆଧୁନିକ ଟେନିସରେ ଆବଶ୍ୟକତା ରହିଛି।

Share