Categories: ଖେଳ

ସୁପର-୮କୁ ଓଡ଼ିଶା ଉନ୍ନୀତ

ଭୁବନେଶ୍ୱର, ୨୧।୧୨ (ତପନ ସ୍ବାଇଁ): କେରଳର କୋଚିନଠାରେ ଚାଲିଥିବା ଦୃଷ୍ଟିବାଧିତ ଜାତୀୟ ନଗେଶ ଟ୍ରଫି ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏଥିସହ ଓଡ଼ିଶା ସୁପର-୮ରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪ ଉଇକେଟରେ ବିହାରକୁ ପରାସ୍ତ କରିଛି। ଟସ ୍‌ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିହାର ୧୪.୫ ଓଭରରେ ୯୦ ରନକରି ଅଲ୍‌ଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ଲିଙ୍ଗରାଜ ରାଉତରା ୨ଟି ଏବଂ ସୁଖରାମ ମାଝି, ପଙ୍କଜ ଭୁଏ, ଦେବରାଜ ବେହେରା ଓ ଅନିଲ ମଲିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୯୧ ରନର ବିଜୟ ଲକ୍ଷ୍ୟକୁ ଓଡ଼ିଶା ୯.୫ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ସୁଖରାମ ମାଝି ୨୭ ଓ ଲାଲ ପ୍ରସାଦ ସୋରେନ ୧୬ ରନକରି ଓଡ଼ିଶାକୁ ସହଜ ବିଜୟ ଦେଇଥିଲେ। ଲିଙ୍ଗରାଜ ରାଉତରା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓଡ଼ିଶା ଏହାର ୪ର୍ଥ ଲିଗ୍‌ ମ୍ୟାଚରେ ଶୁକ୍ରବାର ଉତ୍ତର ପ୍ରଦେଶକୁ ଭେଟିବ।

Share