Posted inଖେଳ

ମୋହନ ବାଗାନକୁ ହରାଇଲା ଓଏଫ୍‌ସି

ଭୁବନେଶ୍ୱର, ୨୮ା୧୧(ସରୋଜ ଜେନା): ଏଏଫ୍‌ସି କପ୍‌ରେ ତୃତୀୟ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ସୋମବାର କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଇଏସ୍‌ଏଲ୍‌ ଚାମ୍ପିୟନ ମୋହନବାଗାନ୍‌ ସୁପରଜାଏଣ୍ଟକୁ ୫-୨ ଗୋଲରେ ପରାସ୍ତ କରିଛି ଓଏଫ୍‌ସି। ଓଡ଼ିଶା ପକ୍ଷରୁ ରୟ କ୍ରିଷ୍ଣା (୨୯), ଡିଏଗୋ ମରିସିଓ (୩୨), ସାଇ ଗୋଡାର୍ଡ (୪୧), ଅନିକେତ ଯାଦବ (୯୦+୨) ଓ ଆଇଜାକ୍‌ ଭାନ୍‌ଲାଲରରୁଆଟ୍‌ଫେଲା (୯୦+୫) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ମୋହନ ବାଗାନ ପକ୍ଷରୁ ହ୍ୟୁଗୋ ବ୍ୟୁମୋସ୍‌ (୧୭) ଓ କିୟାନ୍‌ ନାସିରି (୬୩) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ବିଜୟ ସହିତ ଏଏଫ୍‌ସି କପ୍‌ରେ ତୃତୀୟ ବିଜୟ ସହିତ ଗ୍ରୁପ୍‌ ଡିରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଓଏଫ୍‌ସି। ସେହିପରି ଦଳ ମୋହନ ବାଗାନ ବିପକ୍ଷରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଉଭୟ ଦଳ ନବମ ଥର ପାଇଁ ମୁହାଁମୁହିଁ ହୋଇଥିବା ବେଳେ ପୂର୍ବରୁ ମୋହନ ବାଗାନ ୫ ଥର ବିଜୟୀ ହୋଇଥିଲା ଓ ୩ଟି ମ୍ୟାଚ୍‌ ଡ୍ରରେ ଶେଷ ହୋଇଥିଲା।
ଶିମିଳିପାଳ ବାଘଙ୍କ ପାଇଁ ନିର୍ମିତ ଗୋଲ୍ଡେନ୍‌ ପର୍ପଲ ଜର୍ସିରେ ନଜର ଆସିଥିବା ଓଏଫ୍‌ସି ମ୍ୟାଚ୍‌ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମ ମିନିଟରୁ ଉଭୟ ଦଳ ଆକ୍ରମଣାତ୍ମକ ଫୁଟ୍‌ବଲ୍‌ ଖେଳିଥିଲେ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ମୋହନବାଗାନ ମ୍ୟାଚ୍‌ର ୧୭ ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା। ଓଏଫ୍‌ସି ହାଫ୍‌ରୁ ବଲ୍‌ ଛଡାଇବା ପରେ ଲିଷ୍ଟନ କଲେକୋ ଲମ୍ବା ପାଶ୍‌ ଜରିଆରେ ବଲ୍‌ ଆଶିଷ ରାୟଙ୍କୁ ଦେଇଥିଲେ। ଆଶିଷଙ୍କ ଡାଏଗୋନାଲ ବଲ୍‌କୁ ଗୋଲରେ ପରିଣତ କରି ହ୍ୟୁଗୋ ବ୍ୟୁମୋସ୍‌ ଦଳକୁ ୧-୦ରେ ଆଗୁଆ କରିଥିଲେ। ୨୪ ତମ ମିନିଟରେ ରୟ କ୍ରିଷ୍ଣା ଓ ଡିଏଗୋ ମରିସିଓ ଏକ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଶାଲ କେଥ୍‌ ଏହାକୁ ରୋକି ଦେଇଥିଲେ। ୨୯ ତମ ମିନିଟରେ ରୟ କ୍ରିଷ୍ଣା ଏକ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ଜେରୀଙ୍କ ପାଶକୁ ଏକ ଡାହାଣ ପାଦ କିକ୍‌ ଜରିଆରେ ସ୍କୋର କରିଥିଲେ ରୟ କ୍ରିଷ୍ଣା। ଏହାର ୩ ମିନିଟ ପରେ ଓଏଫ୍‌ସିର ଗୋଲ ମେସିନ୍‌ ଡିଏଗୋ ମରିସିଓ ଏକ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରି ଦେଇଥିଲେ। ଜାହୋହୋଙ୍କ ଫ୍ରି କିକ୍‌ ରୟ କ୍ରିଷ୍ଣାଙ୍କ ନିକଟକୁ ଯାଇଥିଲା। ରୟଙ୍କ କ୍ରଶ୍‌କୁ ଗୋଲରେ ପରିଣତ କରିଥିଲେ ମରିସିଓ। ମ୍ୟାଚ୍‌ର ୪୧ ତମ ମିନିଟରେ ସାଇ ଗୋଡାର୍ଡ ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ। ଗ୍ଲାନ୍‌ ମାର୍ଟିନ୍‌ଙ୍କ ସାମନ୍ୟ ତ୍ରୁଟିର ଫାଇଦା ଉଠାଇ ଗୋଡାର୍ଡ ସ୍କୋର କରିଥିଲେ। ପ୍ରଥମ ହାଫ୍‌ରେ ଓଏଫ୍‌ସି ୩-୧ରେ ଆଗୁଆ ରହିଥିଲା।
ଦ୍ୱିତୀୟ ହାଫ୍‌ରେ ଘରୋଇ ଦଳ ପ୍ରତି ଆକ୍ରମଣ କରିଥିଲା। ୫୩ ମିନିଟ୍‌ରେ ଦଳ ଏକ ସ୍କୋରିଂ ପ୍ରୟାସ କରିଥିଲା। ତେବେ ଅମରିନ୍ଦର ସିଂ ଏହାକୁ ରୋକି ଦେଇଥିଲେ। ୬୩ ତମ ମିନିଟରେ କିୟାନ୍‌ ନାସିର ଏକ ହେଡର ଜରିଆରେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ୮୦ ତମ ମିନିଟରେ ଆଶିଷ ରାୟଙ୍କ ଏକ ପାଶ କିୟାନ୍‌ଙ୍କ ଠାରୁ ଦୂରରେ ରହି ଯାଇଥିଲା। ଇଞ୍ଜୁରୀ ଟାଇମ୍‌ରେ ଓଡ଼ିଶା ଖେଳାଳି ଆଉ ଦୁଇଟି ଗୋଲ ସ୍କୋର କରିଥିଲେ। ୯୦+୨ ମିନିଟରେ ମିଳିଥିବା ଫ୍ରି କିକ୍‌କୁ ଡାହାଣ କର୍ନରରୁ ପାଶ୍‌ କରିଥିଲେ ରୟ କ୍ରିଷ୍ଣା। ଏହାକୁ ଗୋଲରେ ପରିଣତ କରିଥିଲେ ଅନିକେତ ଯାଦବ। ଓଏଫ୍‌ସି ପାଇଁ ଏହା ଅନିକେତଙ୍କ ପ୍ରଥମ ଗୋଲ୍‌। ଏହାର ୩ ମିନିଟ୍‌ ପରେ ଆଉ ଏକ ଗୋଲ ଦେଇଥିଲେ ଆଇଜାକ୍‌ ଭାନ୍‌ଲାଲରରୁଆଟ୍‌ଫେଲା। ମୋହନ୍‌ ବାଗାନ୍‌ ଗୋଲକିପର ବିଶାଲ୍‌ କେଥ୍‌ ପୋଷ୍ଟ ଛାଡି ଆଗକୁ ଚାଲି ଆସିଥିବା ବେଳେ ତାଙ୍କ ମୁଣ୍ଡ ଉପରେ ବଲ୍‌କୁ ପାଶ୍‌ କରିଥିଲେ ଆଇଜାକ୍‌। ଡିସେମ୍ବର ୧୧ ତାରିଖରେ ଓଏଫ୍‌ସି ବସୁନ୍ଧରା କିଙ୍ଗ୍ସ ବିପକ୍ଷରେ ଏହାର ଅନ୍ତିମ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri