Categories: ଖେଳ

ଡବଲ୍ସରେ ଓଡ଼ିଶାର ଆହାନଙ୍କୁ ଟାଇଟଲ

ଭୁବନେଶ୍ୱର, ୧୯।୮ (ତପନ ସ୍ବାଇଁ): ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ଏଆଇଟିଏ ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ସିରିଜ ଟେନିସ ଟୁର୍ନାମେଣ୍ଟର ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ତାଙ୍କର ପାର୍ଟନର ଥିଲେ ପଶ୍ଚିମବଙ୍ଗର ସଙ୍କଳ୍ପ କୁମାର ସାହାଣୀ। ଆହାନ-ସଙ୍କଳ୍ପ ଯୋଡ଼ି ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ମହାରାଷ୍ଟ୍ରର ଦେବରାଜ ମଣ୍ଡାଡେ ଓ ସକ୍ଷମ ବଂଶାଲିଙ୍କୁ ୬-୪, ୩-୬, ୧୨-୧୦ରେ ପରାସ୍ତ କରିଛନ୍ତି। ସିଙ୍ଗଲ୍ସ ଇଭେଣ୍ଟରେ କିନ୍ତୁ ଆହାନଙ୍କ ଅଭିଯାନ କ୍ୱାର୍ଟର ଫାଇନାଲରୁ ଶେଷହୋଇ ଯାଇଥିଲା। ଟୁର୍ନାମେଣ୍ଟରୁ ତାଙ୍କୁ ୨୦ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ମିଳିଛି।

Share