ବିଜେଡିରେ ସାମିଲ ହେଲେ ଅପରାଜିତାଙ୍କ ବିଶ୍ୱସ୍ତ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର,୮।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି। ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା ନେତା ତଥା ଅଭିନେତା ଅଖିଳ ପଟ୍ଟନାୟକ ଶଙ୍ଖ ଫୁଙ୍କିଛନ୍ତି। ସେ ଭୁବନେଶ୍ୱରର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଖାସ୍‌ ଅନୁଗତ ଥିଲେ। ଏହି ଅବସରରେ ସେ ଭାଜପାର ନୀତି ଏବଂ ନୈତିକତା ନ ଥିବା କହି ବର୍ଷିଛନ୍ତି।

Share