Categories: ଖେଳ

ଜାତୀୟ ହ୍ୟାଣ୍ଡବଲ ଦଳରେ ଓଡ଼ିଶାର ଆର୍ଯ୍ୟନ

ଭୁବନେଶ୍ବର, ୧୭।୧୦(ତପନ ସ୍ବାଇଁ): ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ ନିଜ କ୍ୟାରିୟରରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ସେ ଭାରତୀୟ ପୁରୁଷ ହ୍ୟାଣ୍ଡବଲ ଦଳରେ ସ୍ଥାନ ପାଇଛନ୍ତି। ୨୦୨୪ ଅଲିମ୍ପିକ୍ସ ପାଇଁ ଏସିଆନ ପୁରୁଷ ହ୍ୟାଣ୍ଡବଲ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ କାତାରର ଦୋହାଠାରେ ଚଳିତମାସ ୧୮ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତା ପାଇଁ ମନୋନୀତ ଭାରତୀୟ ଖେଳାଳିଙ୍କୁ ନେଇ ଏକ କୋଚିଂ କ୍ୟାମ୍ପ ଲକ୍ଷ୍ନୌଠାରେ ଗତ ୪ ତାରିଖରୁ ଆରମ୍ଭ ହୋଇ ସୋମବାର ଶେଷ ହୋଇଛି। ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଏସିଆ ମହାଦେଶର ୧୩ଟି ଦେଶ ଅଂଶଗ୍ରହଣ କରିବେ। ଆର୍ଯ୍ୟନଙ୍କ ଏହି ସଫଳତା ପାଇଁ ଓଡିଶା ରାଜ୍ୟ ହ୍ୟାଣ୍ଡବଲ ସଂଘର ସମ୍ପାଦକ ମାନସ କୁମାର ସିଂ, ସଭାପତି ବିପ୍ଳବ ଚୌଧୁରୀ, କୋଷାଧ୍ୟକ୍ଷ ସିତେନ୍ଧ୍ର ନାଥ ଦାସ, ଭୁବନେଶ୍ବର ହ୍ୟାଣ୍ଡବଲ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, କୋଚ୍‌ ତଥା ତାଙ୍କ ବାପା ଗୌରୀଶଙ୍କର ମିଶ୍ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Share