Advertisement

ଓଡ଼ିଶା ବିଧାନସଭା ଫଳାଫଳ: ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଲୋକ ସଭାରେ ଏନ୍‌ଡିଏ ଆଗରେ ରଚିଥିବାବେଳେ ଇଣ୍ଡିଆ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ବିଧାନସଭାରେ ବିଜେଡି ଗୋଟିଏ ଆସନରେ ଆଗୁଆ ଥିବା ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି। ୨୧ ଲୋକ ସଭା ଆସନରେ ୧୦ରେ ଭାଜପା ଆଗୁଆ ଥିବାବେଳେ ୮ରେ ବିଜେଡି ଆଗୁଆ ଅଛି।
ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ଚାଲିଛି। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share