ବାବା ଆଖଣ୍ଡଳମଣିଙ୍କ ବିଗ୍ରହରେ ରୁପା ଛାଉଣି

ଚାନ୍ଦବାଲି,୭।୩ (କିଷାନ ପାତ୍ର): ଭଦ୍ରକ ଜିଲା ଆରଡ଼ି ପୀଠରେ ବାବା ଆଖଣ୍ଡଳମଣିଙ୍କ ବିଗ୍ରହରେ ରୁପା ଛାଉଣି କରାଯାଇଛି। ଭଦ୍ରକ ଗୁଜରାଟୀ ମହାସଂଘ ପକ୍ଷରୁ ୧ କୁଇଣ୍ଟାଲ ୨୬ କିଲୋ ଓଜନର ରୁପା ଅଳଙ୍କାର ମଙ୍ଗଳବାର ଦାନ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। କୋଲକାତାର ଦୁର୍ଗାପୁରଠାରେ ୫ ମାସ ଧରି ରୁପା କାରିଗରଙ୍କ ଦ୍ୱାରା ନିର୍ମାଣ କରାଯିବା ପରେ ପୀଠରେ ପହଞ୍ଚତ୍ଥିଲା। ଆସନ୍ତା ଶୁକ୍ରବାର ଜାଗର ଯାତ୍ରା ଥିବାରୁ ମୁକ୍ତିମଣ୍ଡପରେ ବ୍ରାହ୍ମଣଙ୍କ ପକ୍ଷରୁ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମନ୍ଦିର ଗମ୍ଭୀରା ଗୃହକୁ ନିଆଯାଇ ବାବାଙ୍କ ପାଖରେ ଲାଗି କରାଯାଇଥିଲା।