Advertisement

ବାଲ୍ୟ ବିବାହ ରୋକିଲା ବରଗଡ଼ ପ୍ରଶାସନ

ବରଗଡ଼,୪।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସିଲେଟ୍‌ ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଆସନ୍ତା ୭ତାରିଖ ଗ୍ରାମରେ ଉକ୍ତ ବାଲ୍ୟ ବିବାହ ଅନୁଷ୍ଠିତ ହେବାର ଥିଲା। ଏ ସମ୍ପର୍କରେ ଚାଇଲ୍ଡ ହେଲ୍ପଲାଇନର ଟୋଲ ଫ୍ରି ନମ୍ବର-୧୦୯୮କୁ ଫୋନ କଲ୍‌ ଅସିଥିଲା। ଏହାପରେ ଅତାବିରା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ସମେତ ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ବବିତା ରାଉତ୍‌, ଚାଇଲ୍ଡ ହେଲ୍ପଲାଇନର ଜିଲା ସଂଯୋଜକ ସଞ୍ଜୟ ଶତପଥୀ, କାଉନସେଲର ଲଲିତ ପ୍ରଧାନ, ସୁପରଭାଇଜର ଆକାଶ ପ୍ରଧାନ ପ୍ରମୁଖ ଉକ୍ତ ଗ୍ରାମକୁ ପହଞ୍ଚି ବାଲ୍ୟ ବିବାହକୁ ବନ୍ଦ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Baragada