Categories: ଖେଳ

ହରିୟାଣାକୁ ହରାଇଲା ଓଡ଼ିଶା

ପୁରୀ ଅଫିସ, ୬ା୨ : ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିିପ୍‌ ଆରମ୍ଭ ହୋଇଛି। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ରାଜ୍ୟର ୨୬ ପୁରୁଷ ଓ ୨୪ ମହିଳା ଦଳ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ଓ ହରିୟାଣା ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

ହରିୟାଣା ମହିଳା ଦଳକୁ ୦୩ -୦୧ ସ୍କୋର ବ୍ୟବଧାନରେ ହରାଇ ଓଡ଼ିିଶା ମହିଳା ଦଳ ବିଜୟ ଅଭିଯାନ ଆରମ୍ଭ କରିଛି। ମହିଳା ବର୍ଗ ମ୍ୟାଚରେ କେରଳ ୦୭-୦୦ରେ ହିମାଚଳ ପ୍ରଦେଶକୁ, ଛତିଶଗଡ଼ ୧୦-୦୮ରେ ଇଣ୍ଡିଆନ ଅଏଲକୁ, ଦିଲ୍ଲୀ ୧୦-୦୦ରେ ପଣ୍ଡିଚେରୀକୁ, ମହାରାଷ୍ଟ୍ର ୦୯ -୦୧ରେ ରାଜସ୍ଥାନକୁ, ଆନ୍ଧ୍ରପ୍ରଦେଶ ୦୧-୦ରେ ମଧ୍ୟପ୍ରଦେଶକୁ, ପଞ୍ଜାବ ୧୨-୦୨ କର୍ନାଟକକୁ ପରାସ୍ତ କରିଛି। ସେହିପରି ପୁରୁଷ ବିଭାଗରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ ୦୪-୦୧ରେ ପଣ୍ଡିଚେରୀକୁ, ଚଣ୍ଡୀଗଡ଼ ୦୬-୦୦ରେ ତାମିଲନାଡୁକୁ, ମହାରାଷ୍ଟ୍ର ୧୦-୦୦ରେ ଉତ୍ତର ପ୍ରଦେଶକୁ, ରାଜସ୍ଥାନ ୦୫-୦୦ରେ ପଞ୍ଜାବକୁ, ଛତିଶଗଡ଼ ୦୬-୦୦ରେ କେରଳକୁ ହରାଇଛି।

ସୋମବାର ବିଭିନ୍ନ ଦଳ ମଧ୍ୟରେ ଲିଗ ମ୍ୟାଚ ଖେଳାଯିବ। ଆଗାମୀ ୯ ତାରିଖରେ ଏହି ସର୍ବଭାରତୀୟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଭାବେ ଜିଲାପାଳ ସମର୍ଥ ବର୍ମା ଯୋଗଦେଇ ଏହି ଚାମ୍ପିୟନଶିିପ୍‌କୁ ଉଦ୍‌ଘାଟନ କରି କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବା ସହ ଭାଇଚାରା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଜାତୀୟ ସଫ୍ଟବଲ ଆସୋସିଏଶନ ସଭାପତି ନୀତଲ ନାରଙ୍ଗ ଯୋଗଦେଇ ଏହି ଆୟୋଜନକୁ ପ୍ରଶଂସା କରିଥିଲେ।

Share