ବ୍ୟାଗ୍‌ ଭିତରୁ ମିଳିଲା ନବଜାତ ଶିଶୁର ମୃତଦେହ, ସିସିଟିଭି ଫୁଟେଜ୍‌ ଅଣ୍ଡାଳୁଛି ପୋଲିସ

ଭୁବନେଶ୍ୱର,୯।୩ (ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଛପଟ ପଡିଆରୁ ଶନିବାର ଏକ ନବଜାତ ଶିଶୁର ମୃତଦେହ ମିଳିଛି । ମୃତ ଶିଶୁ କାହାର ଓ କିଏ ଫିଙ୍ଗିଛି ତାହା ଏଯାବତ ଜଣାପଡିନାହିଁ। ଖବର ପାଇ ପୋଲିସ ମୃତଦେହ ଏକ ବ୍ୟାଗ ଭିତରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଉକ୍ତ ହସ୍ପିଟାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ନବଜାତର ମୃତ୍ୟୁ କେମିତି ହେଲା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ସିସିଟିଭି ଫୁଟେଜ ଆଧାରରେ ପିଲାଟି ପଡିଆକୁ କେମିତି ଆସିଲା ତାହାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

Share