ରାଜ୍ୟରେ ବନ୍ଦ ହୋଇଯିବ କି ମିଶନ ଶକ୍ତି ଯୋଜନା? ଆସିଲା ନୂଆ ଅପ୍‌ଡେଟ୍‌, ଜାଣନ୍ତୁ…

ଭୁବନେଶ୍ୱର,୧୫।୬: ଦୀର୍ଘ ୨୫ ବର୍ଷର ବିଜେଡି ଶାସନରେ ବିରାମ ଲାଗିଛି। ୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ରାଜ୍ୟରେ ସରକାର ଗଢ଼ିଛି। ନିକଟରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ ମୁଡ୍‌ରେ ଅଛନ୍ତି। ପୂର୍ବ ସରକାରଙ୍କ ସମୟରୁ ଚାଲି ଆସୁଥିବା କିଛି ଯୋଜନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୫ଟି ଏବଂ ମୋ’ ସରକାରକୁ ହଟାଇ ଦିଆଯାଇଥିବା ବେଳେ ଏବେ ମିଶନ ଶକ୍ତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

ନୂଆ ସରକାର ଆସିବା ପରେ ରାଜ୍ୟରେ ମିଶନ ଶକ୍ତି ଯୋଜନା ରହିବା ନା ବଦଳିବ ତାହାକୁ ନେଇ ଆଲୋଚନା ହୋଇଆସୁଛି। ଏମିତିରେ ସରକାର ମହିଳାଙ୍କ ପାଇଁ କିଛି ପରିବର୍ତ୍ତନ କରିବା ନେଇ ପ୍ରସ୍ତୁତ ହେଉଛନ୍ତି।

ପ୍ରଥମେ ମୋହନ ସରକାର ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବା ନେଇ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛନ୍ତି। ଆସନ୍ତା ୧୦୦ ଦିନ ମଧ୍ୟରେ ହିଁ ଏହାକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହାଛଡ଼ା ମିଶନ ଶକ୍ତି ବିଷୟରେ କହିଲେ ଏହି ଯୋଜନାରେ କିଛିଟା ପରିବର୍ତ୍ତନ କରିବାକୁ ଚିନ୍ତା କରାଯାଉଛି। ତେବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରା ନ ଗଲେ ମଧ୍ୟ ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ କିଛି ନୂଆ ନିୟମ ଆସିପାରେ।

କହିରଖୁଛୁ, ମିଶନ ଶକ୍ତି ହେଉଛି ବିଜେଡି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା। ଏଥିରୁ ରାଜ୍ୟର ଲକ୍ଷ ଲକ୍ଷ ମହିଳା ଉପକୃତ ହେଉଥିଲେ। ତେବେ ନୂଆ ସରକାର ଆସିଥିବା ଯୋଗୁ ଏଥିରେ ନିୟୋଜିତ କର୍ମଚାରୀ ବା କର୍ମୀଙ୍କ ସ୍ଥିତି କ’ଣ ରହିବ ତାହା ଏବେ ସନ୍ଦେହ ଘେରରେ ରହିଛି। ମିଶନ ଶକ୍ତିକୁ ଆହୁରୀ ମଜଭୂତ କରାଯିବ ନା ବିକଳ୍ପ ଉପାୟ ଅବଲମ୍ବନ କରାଯିବ ତାହାକୁ ନେଇ ଆଲୋଚନା ହେଉଛି।

Share