ପ୍ରଦୀପଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୦।୪: ଓଡ଼ିଶାର ବ୍ରହ୍ମପୁର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଫେରାଦ ହୋଇଛି। ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସେ ନାଲି ଆଖି ଦେଖାଉଥିବା ନେଇ ବିଜେଡିର ଏକ ଟିମ୍‌ ସିଇଓଙ୍କୁ ଫେରାଦ ହୋଇଥିବା ଜଣାପଡ଼ିଛି।

କଥା ନ ମାନିଲେ ତାଙ୍କୁ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧମକ ଦେଉଛନ୍ତି ପ୍ରଦୀପ। ଏଥିଲାଗି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କ ନିକଟରେ ବିଜେଡି ଦାବି କରିଛି।

ବିଜେଡି ସବୁବେଳେ ଗଣତନ୍ତ୍ରରେ ବିଶ୍ବାସ କରେ । ନିର୍ବାଚନ କମିଶନଙ୍କ ଉପରେ ମଧ୍ୟ ବିଜେଡି ବିଶ୍ବାସ ରଖି ଆସିଛି । ତେଣୁ ଜନବିରୋଧୀ ନେତାଙ୍କ ନାଲି ଆଖି ବିରୋଧରେ ସିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ଥିବା ବିଜେଡି କହିଛି।

Share