‘ଆମେ ଅନ୍ୟ ଦଳ ପାଇଁ କାମ କରୁଥିଲୁ, ହେଲେ ନବୀନଙ୍କୁ ଭଲ ପାଉଥିଲୁ’

ଭୁବନେଶ୍ବର ୨୧।୪: ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ରବିବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ସୁକାନ୍ତ ରାଉତଙ୍କ ଉପସ୍ଥିତିରେ ଭାଜପା ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏମ୍‌ପି ସସ୍ମିତ ପାତ୍ର ନୂଆ ଅତିଥୀଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ୨୦୨୪ ର୍ନିବାଚନରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଏହି ନେତା ମାନେ ପଣ ନେଇଛନ୍ତି । ଏହାଛଡ଼ା ଅନ୍ୟ ଦଳ ପାଇଁ କାମ କରୁଥିଲେ ହେଁ ନବୀନଙ୍କୁ ଭଲ ପାଉଥିଲୁ ବୋଲି ସେମାନେ କହିଛନ୍ତି।

 

Share