ରାଜ୍ୟ ଭାଜପାର ବଡ଼ ଘୋଷଣା: ଓଡ଼ିଶାରେ କ୍ଷମତାକୁ ଆସିଲେ ମହିଳାଙ୍କୁ ପ୍ରତି ମାସରେ ମିଳିବ…

ଭୁବନେଶ୍ୱର,୧୧।୪: ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଭାଜପାର ମାଷ୍ଟରଷ୍ଟ୍ରୋକ। ଓଡ଼ିଶାରେ କ୍ଷମତାକୁ ଆସିଲେ ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା । ଏଭଳି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଭାଜପା ପ୍ରତିଶ୍ରୁତି ଦେଇଥିଲା। ଆଉ ଫର୍ମୁଲା କାମ ମଧ୍ୟ ଦେଇଥିଲା । ସମାନ ଯୋଜନା ଘୋଷଣା କରି ମଧ୍ୟପ୍ରଦେଶ ଓ ଛତିଶଗଡରେ ସରକାରକୁ ଆସିଥିଲା ଭାଜପା। ତେଣୁ ଓଡ଼ିଶାରେ ମଧ୍ୟ ସମାନ ଫର୍ମୁଲା ଆଣି ନବୀନ ପଟ୍ଟନାୟକଙ୍କ ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଭାଜପା ଯୋଜନା କରୁଛି।

ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ‘ଲାଡଲି ବେହନା’ ଯୋଜନା ଆସିଥିଲା। ଯେଉଁଥିରେ ମହିଳାଙ୍କୁ ପ୍ରତି ମାସକୁ ୧୨୫୦ ଟଙ୍କା ମିଳୁଥିଲା। ସେହିପରି ଛତିଶଗଡରେ ମଧ୍ୟ ‘ମହତାରୀ ବନ୍ଦନ’ ଯୋଜନା କରି ପ୍ରତି ମାସ ବିବାହିତ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଏ ଦେବାର ପ୍ରତିଶ୍ରୁତି ଦେଇଥିଲା ଭାଜପା। ଆଉ ଏହି ଦୁଇ ଯୋଜନା ଦୁଇ ରାଜ୍ୟରେ ବାଜି ପଲଟେଇ ଦେଇଥିଲା।

Share