ଅରୁପାଙ୍କ ଉପରେ ଭାଜପାର ଆସ୍ଥା: ପୁନର୍ବାର ସଭାପତି…

ବରଗଡ଼, ୨୫।୧(ପ୍ରେମାନନ୍ଦ ଖମାରୀ) – ଭାଜପା ଶନିବାର ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏଥିରେ ଡା. ଅରୁପାନନ୍ଦ ସାହୁ ପୁଣି ଦଳର ବରଗଡ ଜିଲା ସଭାପତି ମନୋନୀତ ହୋଇଛନ୍ତି। ସେ ଗତ ୨୦୧୮ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଦଳର ବରଗଡ ଜିଲା ସଭାପତି ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଦଳର ତତ୍କାଳୀନ ରାଜ୍ୟ ଉପସଭାପତି ତଥା ବର୍ତ୍ତମାନର ବରଗ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ଡା. ସାହୁଙ୍କ ସ୍ଥାନ ନେଇଥିଲେ ।

ତେବେ ୨୦୨୪ ସାଧାରଣ ର୍ନିବାଚନ ପୂର୍ବରୁ ଦଳ ଡା. ସାହୁଙ୍କୁ ଦଳର ଜିଲା କାର୍ଯ୍ୟକାରୀ ସଭାପତି କରିଥିଲା। ଡା. ସାହୁଙ୍କ ପରିବାର ଦୀର୍ଘଦିନରୁ ଭାଜପାରେ ରହିଛନ୍ତି। ତାଙ୍କ ବାପା କୁଞ୍ଜବିହାରୀ ଦଳର ଜଣେ ପୁରୁଖା ନେତା ହୋଇଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲା ଉପସଭାପତି, କୃଷକ ମୋର୍ଚ୍ଚାର ଜିଲା ସଭାପତି ସମେତ ବିଭିନ୍ନ ପଦବୀରେ ରହିଥିଲେ। ସେହିପରି ଡା. ସାହୁ ଆରଏସଏସର ଜଣେ କାର୍ଯ୍ୟକର୍ତ୍ତା ଥିବାବେଳେ ଛାତ୍ର ଜୀବନରୁ ସେ ରାଜନୀତିକୁ ଓହ୍ଲାଇଛନ୍ତି। ସେ ସମ୍ବଲପୁର ହୋମିଓପାଥି କଲେଜ ଛାତ୍ର ସଂସଦ ସଭାପତି ମଧ୍ୟ ଥିଲେ। ଜଣେ ମିଷ୍ଟଭାଷୀ, ନିଷ୍କଳଙ୍କ ରାଜନୈତିକ ନେତାଭାବେ ଡା. ସାହୁ ବେଶ ଜଣାଶୁଣା। ଭାଜପା ପୁଣି ତାଙ୍କୁ ଦଳର ଜିଲା ସଭାପତି ମନୋନୀତ କରିଥିବା ଯୋଗୁଁ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri