Advertisement

କୁନି ପୁଅକୁ ରେଳ ଧାରଣାରେ ବାନ୍ଧି ଘରଲୋକଙ୍କୁ ଫଟୋ ପଠାଇଲେ ବାପା, ତା’ ପରେ…

ବଲାଙ୍ଗୀର,୨୦।୧୦: ପାରିବାରିକ ବିବାଦରୁ ସ୍ବାମୀଙ୍କ ଅଜବ କାଣ୍ଡ। ନିଜର ଛୋଟ ପୁଅକୁ ରେଳଧାରଣାରେ ବାନ୍ଧି ମାରିବାକୁ ଉଦ୍ୟମ କରିଥିଲେ। ପରିବାରଲୋକେ ବଲାଙ୍ଗୀର ପୋଲିସକୁ ଖବର ଦେବା ପରେ ପୁଅଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଛି।

ବଲାଙ୍ଗୀର କଂସାରୀ ପଡ଼ାର ସଚିନ ଦାସ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହୁଥିଲା। ହେଲେ ସଚିନ ଶନିବାର ରାତିରେ ପୁଅଙ୍କୁ ନେଇ ସେ ରେଳଧାରଣାରେ ବାନ୍ଧିଥିଲେ। ଏପରିକି ପୁଅଙ୍କ ଫଟୋ ଉଠାଇ ଘର ଲୋକଙ୍କ ନିକଟକୁ ପଠାଇଥିଲେ। ଏ ସମ୍ପର୍କରେ ଖବର ପାଇ ବଲାଙ୍ଗୀର ରେଲୱେ ପୋଲିସ ଏବଂ ଟାଉନ ପୋଲିସ ରେଳଷ୍ଟେସନରେ ପହଞ୍ଚି ଟ୍ରେନକୁ ଅଟକାଇଥିଲେ। ତାପରେ ରେଲୱେ ଟ୍ରାକ୍‌ରୁ ପୁଅକୁ ଉଦ୍ଧାର କରି ତାଙ୍କ ମାଙ୍କ ଜିମା ଦେଇଥିଲେ। ଅଭିଯୁକ୍ତ ବାପା ସଚିନ ଦାସକୁ ପୋଲିସ ଗିରଫ କରି ପଚରା ଉଚୁରା କରୁଥିବା ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share