କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ ଜଳିଗଲା, ୩୬ ଆହତ

ପାରାଦୀପ, ୧୦ା୧୧(ଶରତ ରାଉତ)କୋଲକାତାର ବାବୁଘାଟ ବସ୍‌ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍‌ ‘ଶିବମ୍‌ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା ଘଟିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ବସ୍‌ରେ ୪୫ରୁ ୫୦ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩୬ଜଣ ଆହତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ପ୍ରସ୍ତୁତି ବେଳକୁ ଖଡ଼ଗପୁର ଅଞ୍ଚଳର ଅଗ୍ନିଶମ କର୍ମଚାରୀମାନେ ନିଅଁା ଆୟତ୍ତ ଓ ଯାତ୍ରୀ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଆହତମାନଙ୍କୁ ମେଦିନାପୁର ମେଡିକାଲ କଲେଜ ଏବଂ ଖଡ଼ଗପୁର ଗ୍ରାମୀଣ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଶର୍ଟସର୍କିଟରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ସେହିପରି ଗାଡ଼ିରେ ବାଣ ଅଣାଯାଉଥିଲା, ସେଥିରୁ ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ କୁହାଯାଉଛି।

Share