ଓଡ଼ିଶା-ଛତିଶଗଡ଼ ଜଳବିବାଦ ମାମଲା: ୨ ରାଜ୍ୟ ମଧ୍ୟରେ ଆଜି ହେବ ଆଲୋଚନା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ମହାନଦୀକୁ ନେଇ ଏବେ ପୁଣି ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ମହାନଦୀରେ ଜଳସ୍ତର ବଢିବା କାରଣରୁ ଛତିଶଗଡ ପଟେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାବେଳେ ହୀରାକୁଦର ଅଧିକ ଫାଟକ ଖୋଲିବା ଲାଗି ଛତିଶଗଡ ସରକାର ଅନୁରୋଧ କରିଛନ୍ତି। ହେଲେ ଓଡ଼ିଶା ଫାଟକ ଖୋଲିବାକୁ ମନା କରିଦେଇଛି। ଏସବୁ ଭିତରେ ଆଜି ଅପରାହ୍ନ ୪ଟାରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଜଳ ପରିଚାଳନା ନେଇ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଆଲୋଚନା ହେବ ବୋଲି ଜଣାପଡିଛି।

Share