ଓଡ଼ିଶାରେ ମୋହନ ସରକାର: ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କେତେ ଦରମା? ମିଳିବ ଏତେସବୁ ସୁବିଧା

ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଛି ଭାଜପା ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଶପଥ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ୧୩ ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ତେବେ ଓଡ଼ିଶାକୁ ନୂଆ ମୁଖ୍ୟମନ୍ତ୍ରୀ ତ ମିଳିଗଲେ । ହେଲେ ଜାଣିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ? ଆଉ ତାଙ୍କୁ କ’ଣ କ’ଣ ସବୁ ସୁବିଧା ମିଳେ?

ସାମ୍ବିଧାନିକ ନିୟମ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ରାଜ୍ୟର ଶାସନ ଦାୟିତ୍ୱକୁ ସୂଚନାରୁ ରୂପେ ସମ୍ଭାଳିବା ସହ ରାଜ୍ୟର ସବୁ ଜନତାଙ୍କ ଦାୟିତ୍ୱ ନେବା ତାଙ୍କର କର୍ତ୍ତବ୍ୟ ଅଟେ।
ତେବେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ରାଜକୋଷରୁ ପ୍ରତ୍ୟେକ ମାସ ଦରମା ମଧ୍ୟ ମିଳିଥାଏ । କିନ୍ତୁ ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ଦରମା ଭିନ୍ନ ରହିଥାଏ । ଏହା ସହିତ ମୁଖ୍ୟମନ୍ତ୍ରୀମାନଙ୍କୁ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ମିଳିଥାଏ । ଜାଣନ୍ତୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଦରମା ପାଇଥା’ନ୍ତି।

ଭାରତର ଭିନ୍ନ ଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦରମା ଭିନ୍ନ । ସର୍ବାଧିକ ଦରମା ପାଉଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ତେଲଙ୍ଗାନା CM । ସେହଭଳି ତ୍ରିପୁରା ମୁଖ୍ୟମନ୍ତ୍ରୀ ସର୍ବନିମ୍ନ ଦରମା ପାଇଥାନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାସକୁ ଦରମା ଓ ଭତ୍ତା ବାବଦରେ ୧ ଲକ୍ଷ ୬୦ ହଜାର ଟଙ୍କା ପାଇଥାନ୍ତି । ଅର୍ଥାତ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାସିକ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା ଆକାରରେ ପାଇବେ । ପୂର୍ବରୁ ବିଧାୟକ ଭାବେ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ।

ଏହା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ମଧ୍ୟ ମିଳିଥାଏ । ସୁରକ୍ଷା ପାଇଁ ପୋଲିସ କର୍ମୀ ୨୪ ଘଣ୍ଟିଆ ମୁତୟନ ହୋଇ ରହିଥାନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ବିଦ୍ୟୁତ ବିଲ, ଟେଲିଫୋନ ବିଲ, ଗାଡିରେ ତେଲ ବାବଦକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଗାର୍ଡ ମୁତୟନ କରାଯାଇଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଉଛି ଜୀରାନଦୀ, ପଶୁଛି ନର୍ଦ୍ଦମା ପାଣି

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ବହି ଯାଇଛି ଜୀରାନଦୀ। ଏହି ନଦୀକୁ ବରଗଡ଼ର ଜୀବନ ରେଖା ବୋଲି କୁହାଯାଏ। ମାତ୍ର ଦିନକୁ ଦିନ...

ଟ୍ରକ୍‌ରୁ ମିଳିଲା ୧୪୪୮ କଇଁଛ: ବିଶାଖାପାଟଣାରୁ ପଶ୍ଚିମବଙ୍ଗ ହେଉଥିଲା ଚାଲାଣ

ଟାଙ୍ଗୀ/ନିରାକାରପୁର,୨୩ା୨(ରଘୁନାଥ ସାହୁ/ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ଟୋଲଗେଟ୍‌ ନିକଟରେ ରବିବାର ଡାଇରେକ୍ଟର ଅଫ୍‌ ଇଣ୍ଟେଲିଜେନ୍ସ...

ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା

ମୋରଡ଼ା,୨୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ରେ କୁକୁଡ଼ା ମଡକ ଦେଖାଦେଇଛି। ବ୍ଲକ୍‌ ଅଧୀନ ଚିତ୍ରଡା ବାଉଁଶ ବଣ ନିକଟ ଏକ ନିଛାଟିଆ ପଡ଼ିଆରେ ପାଞ୍ଚ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଫେରାର

ଜଳେଶ୍ୱର,୨୩ା୨(ରବିନାରାୟଣ ପାତ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ନାବାଳିକା ଜଣକ ଘରକୁ...

ବଜ୍ରପାତ ନେଲା ମହିଳାଙ୍କ ଜୀବନ

ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ସୁନୀତି ପଞ୍ଚାୟତ ଗୋଚ୍ଛାୟତପଡ଼ାରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ...

ହାଇଦ୍ରାବାଦରେ ନିର୍ଯାତିତ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା,୨୩ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ମଦନ ବନଗୋଳା(୧୯) ହାଇଦ୍ରାବାଦରେ ନିର୍ଯାତିତ ହେଉଥିବା ନେଇ ଜିଲା ଶ୍ରମ...

ସେପଟେ ପ୍ରେମିକର ବାହାଘର, ଏପଟେ ପିଣ୍ଡଦାନ କଲେ Rani Panda

ଭୁବନେଶ୍ୱର,୨୩।୨: କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାoହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର...

ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କଟକ,୨୩।୨: ଲିଫ୍ଟ ଦେଇ ଅପହରଣ ଓ ଲୁଟ ଘଟଣାରେ ଚୌଦ୍ବାର ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ବନ୍ଧୁକ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image