ନଭେମ୍ବରକୁ ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା

କଟକ ଅଫିସ୍‌,୨୯ା୮: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଚଳିତ ବର୍ଷର ସିଭିଲ୍‌ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଅକ୍ଟୋବର ବଦଳରେ ନଭେମ୍ବରରେ ହେବ। ଶୁକ୍ରବାର ଏନେଇ ନୋଟିସ୍‌ ଜାରି କରାଯାଇଛି। କରୋନା ଯୋଗୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଏଣୁ ମୁଖ୍ୟ ଲିଖିତ ପରୀକ୍ଷାକୁ ଅକ୍ଟୋବର ବଦଳରେ ନଭେମ୍ବରରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Share