Posted inରାଜ୍ୟ

ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା: କୃତୀଙ୍କ ମୁହଁରୁ…

ପରିଶ୍ରମର ଫଳ ପାଇବି ବୋଲି ଆଶା ଥିଲା
ପ୍ରଥମଥର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲି। ତାଲିକାରେ ଦ୍ୱିତୀୟ ର଼୍ୟାଙ୍କ୍‌ରେ ମୋ ନାଁ ଥିବା ଦେଖି ଖୁସିରେ କାନ୍ଦି ପକାଇଥିଲି। ଭଲରେ ପଢ଼ିଲେ, ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ। ମୁଁ ବି ଆଗରୁ ଅନେକ ପରୀକ୍ଷା ଦେଇଛି, ବିଫଳ ହୋଇଛି, ନିରୁତ୍ସାହିତ ହୋଇଛି, ମାତ୍ର କେବେ ଆଶା ଛାଡ଼ି ନ ଥିଲି। ୨ବର୍ଷ ମଧ୍ୟରେ ମୁଁ ଅନେକ ଥର ରିଜେକ୍ସନ ବି ପାଇଛି। ପରିଶ୍ରମର ଫଳ ଦିନେ ନା ଦିନେ ପାଇବି ବୋଲି ଆଶା ଥିଲା। ଏଥିପାଇଁ ନିଜେ ପ୍ରସ୍ତୁତ ହେଉଥିଲି ଓ ଜଣେ ସାର୍‌ ମୋତେ ଗାଇଡ୍‌ କରୁଥିଲେ। ମୋର ଏହି ସଫଳତା ପଛରେ ପରିବାର, ଶିକ୍ଷକ, ସାଙ୍ଗସାଥୀ ସମସ୍ତଙ୍କର ଅବଦାନ ରହିଛି। ଶିକ୍ଷା ଓ କୃଷିରେ ଓଡ଼ିଶା ଆହୁରି ଉନ୍ନତି କରିବା ଆବଶ୍ୟକ ଏବଂ ଏ କ୍ଷେତ୍ରରେ ମୋର ପ୍ରଚେଷ୍ଟା ଜାରି ରହିବ।
– ପ୍ରିଙ୍କିଲ ପରବୀନ ପରିଡ଼ା, ର଼୍ୟାଙ୍କ ୨,
ପୁରୀ ଜିଲା ନିମାପଡ଼ା
ଲକ୍ଷ୍ୟ ରଖି ପାଠ ପଢ଼ିଲେ ସଫଳତା ମିଳିବ
ଏହା ମୋର ଦ୍ୱିତୀୟ ଆଟେମ୍ପଟ୍‌ ଥିଲା। କ୍ୱାଲିଫାଏ କରିବାର ଆଶା ଥିଲା, ମାତ୍ର ୪ନମ୍ବର ର଼୍ୟାଙ୍କ ରହିବ କେବେ ଭାବି ନ ଥିଲି। ପରୀକ୍ଷାଫଳ ଶୁଣିବା ପରେ ମୋ ଭାଇକୁ ଧରି କାନ୍ଦିଥିଲି। ମା’ବି ଖୁସିରେ କାନ୍ଦିଲେ। ଏବେ ସମସ୍ତେ ଖୁସି। ମୁଁ ନିଜେ ପ୍ରସ୍ତୁତି ହେଉଥିଲି। ଦିନକୁ କେତେ ଘଣ୍ଚା ପାଠ ପଢ଼ିବି, ତାହାକୁ ଫୋକସ ନ ଦେଇ ଆଜି କେତେ ପଢ଼ିବି, ତାହାକୁ ଅଧିକ ଲକ୍ଷ୍ୟ ଦେଉଥିଲି। ଆଉ ଯେଉଁମାନେ ବି ପ୍ରସ୍ତୁତ ହେଉଛନ୍ତି ସେମାନେ ଟାର୍ଗେଟ ବେସ୍‌ ପାଠ ପଢ଼ିଲେ ହିଁ ଅଧିକ ଇଫେକ୍ଟିଭ ରହିବ।
– ପ୍ରଜ୍ଞା ପାରଙ୍ଗମ, ର଼୍ୟାଙ୍କ ୪, ଭୁବନେଶ୍ୱର
ତୃତୀୟ ଚେଷ୍ଟାରେ ସଫଳତା ମିଳିଲା
ଇଞ୍ଜିନିୟରିଂ ସରିବା ପରେ ୨୦୧୯ରୁ ଓପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲି। ଏହା ମୋର ତୃତୀୟ ଆଟେମ୍ପ୍ଟ ଥିଲା। ପୂର୍ବ ୨ଥର ଇଣ୍ଟରଭ୍ୟୁରେ କଟିଯାଇଥିଲି। ମାତ୍ର ଏଥର ମୋତେ ସଫଳତା ମିଳିଛି। ଏଥିପାଇଁ ଭଗବାନ ଏବ ମା’ ବାପାଙ୍କୁ ଶ୍ରେୟ ଦେବି। ଦୁଇଥର ବିଫଳ ହେବା ପରେ ମା’, ବାପା ମୋତେ ବହୁତ ସପୋର୍ଟ କରିଥିଲେ। ବିଫଳତାକୁ ସାଇଡ୍‌ କରି ପ୍ରସ୍ତୁତି ଉପରେ ଫୋକସ୍‌ କରିଥିଲି। ବାସ୍ତବରେ ସଫଳତା ଓ ବିଫଳତା ଯାତ୍ରାର ଏକ ଅଂଶ। ପ୍ରଥମେ ଅନ୍‌ଲାଇନ୍‌ରୁ କୋଚିଂ ନେଇଥିଲି, ପରେ ନିଜେ ହିଁ ପ୍ରସ୍ତୁତି ଆରମ୍ଭ କରିଥିଲି। ନିଜ ଅଭିଜ୍ଞତାରୁ ଏତିକି ଜାଣିଲି ଯେ, ବିଫଳତାକୁ ସବୁବେଳେ ସୁଯୋଗ ଭାବେ ବ୍ୟବହାର କରିବା ଦରକାର।
-ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ର଼୍ୟାଙ୍କ ୮,
ରଘୁନାଥପୁର, ଭୁବନେଶ୍ୱର
ଏବେ କାର୍ଯ୍ୟକ୍ଷେତ୍ରର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବି
ପ୍ରଥମ ଚେଷ୍ଟାରେ ସଫଳତା ପାଇଛି। ରେଜଲ୍ଟ ଡେରି ହେଉଥିବାରୁ ଟିକେ ଡର ଲାଗୁଥିଲା। ମାତ୍ର ଏବେ ବହୁତ ଖୁସି ଲାଗୁଛି। ତେବେ ଆଗକୁ ଆହୁରି ଚ୍ୟାଲେଞ୍ଜ ଅଛି। ବିଶେଷକରି କାର୍ଯ୍ୟ କ୍ଷେତ୍ରରେ ଆସିବାକୁ ଥିବା ଚ୍ୟାଲେଞ୍ଜକୁ କେମିତି ମୁକାବିଲା କରିବି ସେ ନେଇ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ। ସଫଳତାର ଶ୍ରେୟ ମୋ ପରିବାର ସଦସ୍ୟ, ମେଣ୍ଟର ଓ ଭାଇ ଭଉଣୀ ସମସ୍ତଙ୍କୁ ଦେବି। ଗତ ୨ବର୍ଷ ଧରି ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲି, ସେହି ପ୍ରସ୍ତୁତିକୁ ହିଁ ଓପିଏସ୍‌ସି ପାଇଁ କଣ୍ଟିନ୍ୟୁ କରିଥିଲି। ଦିନକୁ ୬ରୁ ୭ ଘଣ୍ଟା ପରିଶ୍ରମ କରୁଥିଲି।
– ନୁରି ପର୍‌ବିନ୍‌, ର଼୍ୟାଙ୍କ୍‌-୧୩, ସୁନ୍ଦରଗଡ଼ ଟାଉନ୍‌
ଶୃଙ୍ଖଳିତ ଭାବେ ବିନା ଟେନ୍‌ସନରେ ପଢ଼ିବା ଦରକାର
ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ମୁଁ କୌଣସି କୋଚିଂ ନେଇ ନ ଥିଲି। ନିଜେ ଅନ୍‌ଲାଇନ୍‌ ଏବଂ ଷ୍ଟାଣ୍ଡାର୍ଡ ବୁକ୍‌କୁ ପଢି ସଫଳତା ପାଇଛି। ଅଏଲ୍‌ ଆଣ୍ଡ୍‌ ନାଚୁରାଲ୍‌ ଗ୍ୟାସ୍‌ କର୍ପୋରେଶନ୍‌ରେ କ୍ଲାସ୍‌ ଓ୍ବାନ୍‌ ଅଫିସର ଅଛି। ତେଣୁ ପଢାପଢି କରିବାକୁ ଏତେ ସମୟ ମିଳୁ ନ ଥିଲା। ଦିନକୁ ମାତ୍ର ୨/୩ ଘଣ୍ଟା ପଢୁଥିଲି। ପରୀକ୍ଷା ପାଇଁ କିଛି ଡିସିପ୍ଲିନ୍‌ ରଖିବା ସହିତ ବିନା ଟେନ୍‌ସନରେ ପଢ଼ିବା ଦରକାର। ବାସ୍ତବରେ ଓପିଏସ୍‌ସି, ୟୁପିଏସ୍‌ସି ଏତେ କଷ୍ଟ ନୁହେଁ। କିନ୍ତୁ ଏଥିପାଇଁ ଦିନକୁ ୧୦-୧୨ ଘଣ୍ଟା ପଢିବାକୁ ପଡିବ ଏବଂ ଏହା ବହୁତ କଷ୍ଟ ବୋଲି ସମସ୍ତେ ଭାବନ୍ତି। ତେଣୁ ପିଲାମାନେ ବହୁତ ପ୍ରେସର ନେବା ସହିତ ଡରି ଯାଆନ୍ତି ଓ ସେମାନଙ୍କ ଆତ୍ମବିଶ୍ୱାସ କମିଯାଏ।
– ବିକାଶ ସାହୁ, ର଼୍ୟାଙ୍କ୍‌ ୨୨୨, ତୁରୁମୁଙ୍ଗା, କେନ୍ଦୁଝର
କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଜରୁରୀ
ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରି ଖୁସି ଲାଗୁଛି। ଦୈନିକ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି। କଠିନ ପରିଶ୍ରମ କଲେ ଏବଂ ନିଜ ଉପରେ ବିଶ୍ୱାସ ରଖିଲେ ନିଶ୍ଚିତ ସଫଳତା ମିଳିବ। ଏହା ଶ୍ରେୟ ମୁଁ ମୋ ମା’ ବାପା ଏବଂ ପରିବାରବର୍ଗଙ୍କୁ ଦେବି। ଆଗକୁ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେବି। ଭବିଷ୍ୟତରେ ଜଣେ ଆଇଏଫ୍‌ଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଛି।
-ଅମ୍ବିକା ଭୂୟଁା, ର଼୍ୟାଙ୍କ୍‌ ୨୧, ଗୋପୀନାଥପୁର, ବାଲେଶ୍ୱର
ସଫଳ ଅଧିକାରୀ ହେବାକୁ ଚେଷ୍ଟା କରିବି
ରେଜଲ୍ଟ ଶୁଣିବା ପରେ ବହୁତ ଖୁସି ଲାଗୁଛି। କଠିନ ପରିଶ୍ରମ, ନିଷ୍ଠା ଓ ଏକାଗ୍ରତା ଯୋଗୁ ପ୍ରଥମ ଥରରେ ହିଁ କୃତକାର୍ଯ୍ୟ ହୋଇପାରିଛି। ମୋ ସଫଳତା ପାଇଁ ମା’, ବାପା, ଅଜା ଓ ମାମୁଙ୍କୁ ଶ୍ରେୟ ଦେବାକୁ ଚାହିଁବି। ପରିବାର ଓ ବନ୍ଧୁ ପ୍ରିୟଜନଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ଜାମଦା ବ୍ଲକ୍‌ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛି। ଆଗକୁ ନୂଆ ଚାକିରିରେ ନିଜକୁ ଜଣେ ସଫଳ ଅଧିକାରୀ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା ରହିବ।
– ମୁନ୍‌ମୁନ୍‌ ଗିରି, ର଼୍ୟାଙ୍କ୍‌-୩୭, ମାଳିହାତୀ, ମୟୂରଭଞ୍ଜ
ପ୍ରଥମଥରରେ କ୍ଲିଅର କରିଥିବାରୁ ଖୁସି ଲାଗୁଛି
ମୋ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଭଲପାଇବା, ଆଶୀର୍ବାଦ ପାଇଁ ଆଜି ଏହି ସଫଳତା ପାଇଛି। ପ୍ରଥମ ଥରରେ ଓପିଏସ୍‌ସି ପରୀକ୍ଷା କ୍ଲିଅର କରିଥିବାରୁ ବହୁତ ଖୁସି ଲାଗୁଛି। ଏଥିପାଇଁ ନିଜେ ପ୍ରସ୍ତୁତି କରିଥିଲି। ମାତ୍ର ମେନ୍ସ କ୍ଲିଅର ପରେ ଶ୍ରେୟାନ୍ସ ଆଇଏଏସ୍‌ ଏକାଡେମୀରୁ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି କରିଥିଲି, ଯାହାକି ମୋ ପାଇଁ ଗେମ୍‌ ଚେଞ୍ଜର୍‌ର କାମ କରିଥିଲା। ଦିନରେ ୭-୮ଘଣ୍ଟା ପରିଶ୍ରମ କରୁଥିଲି। ଆଗକୁ ଚ୍ୟାଲେଞ୍ଜ ଆସିବ, ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ।
– ଈପ୍ସିତା ପ୍ରିୟଦର୍ଶିନୀ, ର଼୍ୟାଙ୍କ୍‌ ୬୭,
ଲ’ କଲେଜ କଲୋନି, କେନ୍ଦ୍ରାପଡ଼ା
ପୂର୍ବଥର ମାତ୍ର ୨ମାର୍କ ପାଇଁ କଟିଯାଇଥିଲି
ଲିଷ୍ଟ ଚେକ୍‌ କରି ଚାଲିଥାଏ, ୫୦ ଟପିଲାଣି ତଥାପି ନାଁ ନାହିଁ। ମନରେ କୌତୂହଳ ବଢ଼ୁଥାଏ, ଫାଇନାଲି ମୋ ନାମ ୧୧୨ ର଼୍ୟାଙ୍କ୍‌ରେ ପାଇଲି। ପୂର୍ବଥର ମାତ୍ର ୨ମାର୍କ ପାଇଁ କଟିଯାଇଥିଲି। ବହୁତ ମନ ଦୁଃଖ ହୋଇଥିଲା। କିଛିଦିନ ପରେ ପୁଣି ପ୍ରସ୍ତୁତି ଆରମ୍ଭ କରିଥିଲି। ଘରେ ହିଁ ପ୍ରସ୍ତୁତ ହେଉଥିଲି। ପ୍ରାୟ ୬ରୁ ୮ଘଣ୍ଟା ପଢ଼ୁଥଲି। ଯେଉଁମାନେ ବି ପ୍ରସ୍ତୁତ ହେଉଛନ୍ତି ଆମ ପାଖେ ଥିବା ତଥ୍ୟ ଓ ସୁବିଧାକୁ ଠିକ୍‌ ବାଟରେ ବ୍ୟବହାର କରି ସଫଳତା ପାଇପାରିବେ।
– ସଞ୍ଜୟ ମିଶ୍ର, ର଼୍ୟାଙ୍କ୍‌ ୧୧୨, ଭୁବନେଶ୍ୱର
ଚାକିରିରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି
ତୃତୀୟ ଚେଷ୍ଟାରେ ମୁଁ ୨୯୬ ର଼୍ୟାଙ୍କ୍‌ରେ ରହିଛି। ମୁଁ ଚାକିରି କରିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଯେତକି ସମୟ ଫାଙ୍କା ମିଳୁଥିଲା, ସେତିକି ସମୟ ପ୍ରସ୍ତୁତିରେ ଦେଉଥିଲି। ପ୍ରଥମଥର ଓଡ଼ିଆ ବିଷୟକୁ କ୍ଲିଅର କରିପାରି ନ ଥିଲି। ପରେ ମୁଁ ଅଧିକ ଫୋକସ୍‌ ଦେଲି ଓ ମାତ୍ର ୨୦ ମାର୍କ ପାଇଁ ଦ୍ୱିତୀୟ ଆଟେମ୍ପଟ୍‌ରେ ବି ବିଫଳ ହେଲି। ହେଲେ ଚେଷ୍ଟା ଜାରି ରଖିଥିଲି। ମୋ ଭିତରେ କନ୍‌ଫିଡେନ୍ସ ମଧ୍ୟ ବଢ଼ୁଥିଲା। ଏଥର ଲିଷ୍ଟରେ ନଁା ଦେଖି ବହୁତ ଖୁସି ଲାଗୁଛି।
– ସୌରଭ ପାଣିଗ୍ରାହୀ, ର଼୍ୟାଙ୍କ ୨୯୬, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ହେଲା ବାତ୍ୟା, ଓଡ଼ିଶାକୁ ସତର୍କ ରହିବା ନେଇ ଆଇଏମ୍‌ଡି ଡିଜି କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୧୦: ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ...

କୁନି ପୁଅକୁ ରେଳ ଧାରଣାରେ ବାନ୍ଧି ଘରଲୋକଙ୍କୁ ଫଟୋ ପଠାଇଲେ ବାପା, ତା’ ପରେ…

ବଲାଙ୍ଗୀର,୨୦।୧୦: ପାରିବାରିକ ବିବାଦରୁ ସ୍ବାମୀଙ୍କ ଅଜବ କାଣ୍ଡ। ନିଜର ଛୋଟ ପୁଅକୁ ରେଳଧାରଣାରେ ବାନ୍ଧି ମାରିବାକୁ ଉଦ୍ୟମ କରିଥିଲେ। ପରିବାରଲୋକେ ବଲାଙ୍ଗୀର ପୋଲିସକୁ ଖବର ଦେବା...

ଫାର୍ମହାଉସ୍‌ରେ ପଶି କଦଳୀ-ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଖାଇଗଲେ ପଇଡ଼

ପାଟଣା,୨୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ରେଞ୍ଜରେ ୨୯ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଶୁକ୍ରବାର ରାତିରେ ରାସପଶି ଗାଁରେ ୨ଟି ଘର...

ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,...

ପାଣିପାଗ ବିଭାଗର ଆଲର୍ଟ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୨୦।୧୦: ଅଧିକ ଘନୀଭୂତ ହେଉଛି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ବର୍ତ୍ତମାନ ତାହା ଆଣ୍ଡାମାନ ସାଗର ଓ ଆଖପାଖରେ ସକ୍ରିୟ ହୋଇଛି। ଏହା...

ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ପୋଡ଼ିହୋଇଗଲେ ସ୍ବାମୀ

ବାଲେଶ୍ୱର,୨୦ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ ଉଗ୍ରରୂପ ନେଇ...

ସହକାରୀ ଜିଲା ଶ୍ରମ ଅଧିକାରୀରୁ ଓଏଏସ୍‌: ଏଥର ବି ଅମିତ ମାରିଲେ ବାଜି

ଭବାନୀପାଟଣା,୨୦।୧୦ (ଉତ୍ତମ କୁମାର ଦାଶ)- ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ପୁଣି ଥରେ କୃତ କାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ସହକାରୀ ଜିଲା ଶ୍ରମ ଅଧିକାରୀ...

Featured Video Play Icon

“ଆଗକୁ କଣ ଘଟିବ, ରାଜ୍ୟବାସୀ ଜାଣିବେ”

ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ବି.ଡ଼ି.ଏ କଲ୍ୟାଣ ମଣ୍ଡପ ଠାରେ ଭାଜପାର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri