ନବୀନଙ୍କ ନୂଆ ଉପଲବ୍ଧି: ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ନିକଟରେ ହୋଇଥିବା ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିଲେ ନବୀନ ପଟ୍ଟନାୟକ। ଏବେ ସେ ନିଜର ଅଫିସିଆଲ ଟୁଇଟର ପୃଷ୍ଠାରେ ୩ ଲକ୍ଷ ଫଲୋଅର୍‌ ରେଖା ଅତିକ୍ରମ କରିଛନ୍ତି। ନବୀନ ଏନେଇ ଖୁସି ପ୍ରକାଶ କରିବା ସହ ସମସ୍ତ ଅନୁସରଣକାରୀଙ୍କୁ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ଡିଜିଟାଲ ପ୍ଲାର୍ଟଫର୍ମରେ ଚମତ୍କାର ଯାତ୍ରା ସମୟରେ ପାଇଥିବା ପ୍ରେମ ଓ ସ୍ନେହ ନେଇ ଋଣୀ। ସମସ୍ତଙ୍କୁ ଧନ୍ୟବାଦ ବୋଲି ସେ ଟୁଇଟ୍‌ କରିଛନ୍ତି। ଅପରପକ୍ଷେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ନୂଆ ଉପଲବ୍ଧି ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି।

Share