କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ୱର ୧୨।୯(ବ୍ୟୁରୋ)-ଓଡିଶା ନୂତନ ପ୍ରଭାରୀ ଚେଲ୍ଲା କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କର କୋଭିଡ-୧୯ ପରୀକ୍ଷାରେ ପେଜିଟିଭ ଆସିଛି। ଯେଉଁମାନେ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ ନିଜ ସୁରକ୍ଷା ଦୃଷ୍ଟିରୁ କରୋନା ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।

Share