ରାଜ୍ୟରେ କରୋନାରେ ଆଉ ୧୫ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୦।୧୦(ବ୍ୟୁରୋ):ରାଜ୍ୟରେ କରୋନାରେ ଶନିବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦୬ରେ ପହଞ୍ଚିଛି।
୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୨, ବାଲେଶ୍ୱର,ବଲାଙ୍ଗୀର,ଗଞ୍ଜାମ, ଜଗତ୍‌ସିହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲାରୁ ୧ ଲେଖାଏଙ୍କ ମୃତ୍ୟୁ ଘଟିଛି।

Share