ଅର୍ଚ୍ଚନା-ଜଗବନ୍ଧୁଙ୍କୁ ୪ ଘଣ୍ଟା ଜେରା, ଗଣମାଧ୍ୟମକୁ କହିଲେ…

ଭୁବନେଶ୍ୱର,୧୫।୩(ସତ୍ୟଜିତ୍‌ ରାଉତ): ହନିଟ୍ରାପ୍‌ ମାମଲାରେ ଛନ୍ଦିହୋଇଥିବା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଜେରା ହୋଇଛନ୍ତି। ଅପରାହ୍ନ ପ୍ରାୟ ୧ଟା ୩୦ରେ ଆୟକର ଅଫିସକୁ ଅର୍ଚ୍ଚନା ଓ ଜଗବନ୍ଧୁ ଯାଇ ୪ ଘଣ୍ଟା ପରେ ଉଭୟ ୫ଟା ୩୦ରେ ବାହାରିଥିଲେ। ଜେରା ସମୟ ମଧ୍ୟରେ ଆୟକର ଅଧିକାରୀଙ୍କ ପକ୍ଷରୁ ଉଭୟଙ୍କୁ ଆର୍ଥିକ କାରବାର ଓ ଟିକସ ସଂକ୍ରାନ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି। ତେବେ ଆୟକର ପକ୍ଷରୁ ଯାହା ପଚରାଯାଇଥିଲା ତାହାର ତଥ୍ୟ ଦେଇଛନ୍ତି ବୋଲି ଗଣମାଧ୍ୟମକୁ ଅର୍ଚ୍ଚନା କହିଛନ୍ତି।