ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା/ସୁନିଲ କୁମାର ପଣ୍ଡା): ନିଜେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରି ରଚିଥିଲେ ନାଟକ। ସେ ଏଭଳି କାନ୍ଦି କାନ୍ଦି ଗଡ଼ୁଥିଲେ ଯେ ତାକୁ ଦେଖି ସ୍ବାମୀ ନିଜେ ଅଭିଯୁକ୍ତ ବୋଲି କେହି ବି ଭାବି ପାରିବେ ନାହିଁ। ଆମେ କହୁଛୁ କୋରାପୁଟ ଜିଲାର ନନ୍ଦପୁର ହତ୍ୟା ଘଟଣା ବିଷୟରେ। ମଙ୍ଗଳବାର ଏହାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ସ୍ବାମୀ ମହେନ୍ଦ୍ର ଖରା(୨୧)ଙ୍କ ସମେତ ତାଙ୍କର ଦୁଇ ଜଣ ସାଙ୍ଗ ମହେଶ ମାଳି (୨୧) ଓ ସୋମନାଥ ଭୋଇ (୧୯)ଙ୍କୁ ନନ୍ଦପୁର ପୋଲିସ ଗିରଫ କରିଛି। ଗିରଫ ୩ ଜଣଙ୍କଠାରୁ ଏକ ମୋଟର ସାଇକେଲ , ୨ଟି ଲାଠି, ଦଉଡି, ଗୋଟିଏ ମୋବାଇଲ ଜବତ କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁନାବେଡା ଏସ୍‌ଡିପିଓ ମନବ୍ରତା ଶତପଥି ପ୍ରକାଶ କରିଛନ୍ତିା ପାରିବାରିକ କଳହକୁ ନେଇ ସ୍ବାମୀ ମହେନ୍ଦ୍ର ଖରା ଗତ ଏକ ସପ୍ତାହ ଧରି ସ୍ତ୍ରୀ ସାବିତ୍ରୀ ଖରାକୁ କିପରି ହତ୍ୟା କରିବେ ସେ ନେଇ ଯୋଜନା କରିଆସୁଥିଲେ। ଶେଷରେ ସୋମବାର ରାତ୍ରରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ନନ୍ଦପୁର ପୋଲିସ କହିଛି।

ଏସ୍‌ଡିପିଓଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନନ୍ଦପୁର ଥାନା ହାଣ୍ଡଲ ତୋଟା ଗାଁର ମହେନ୍ଦ୍ର ଖରା। ସେ ସାବିତ୍ରୀ ଖରାଙ୍କୁ ୯ ମାସ ତଳେ ବିବାହ କରିଥିଲେ। ବିବାହ ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ହଠାତ୍‌ ପରିବାର ଭିତରେ ବିବାଦ ସୃଷ୍ଟି ହୋଇଥିଲା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କହଳ ପାଇଁ ପ୍ରତିଶୋଷ ପରାୟଣା ହୋଇପଡ଼ିଥିଲେ ମହେନ୍ଦ୍ର। ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସୋମବାର ସକାଳେ ନନ୍ଦପୁର ଥାନା କୁମାର ଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ଖରାକୁ ନେଇ ନିଜର ଅଧାର ଅପଡେଟ୍‌ କରିବାକୁ ଆଧାର କେନ୍ଦ୍ରକୁ ଯାଇଥିଲେ। ଆଧାର କେନ୍ଦ୍ରରୁ କାମ ସାରି ବାଇକରେ ନିଜ ଘରକୁ ଫେରିବା ସମୟରେ ସ୍ଥାନୀୟ ଖୁଡୁପି ଛକଠାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ବାଡେଇବା ସହିତ ଏକ ଗଛରେ ବାନ୍ଧି ସ୍ତ୍ରୀକୁ ଲୁଟ୍‌ କରି ହତ୍ୟା କରିଥିବା ନେଇ କହିଥିଲେ। ଏନେଇ ମଙ୍ଗଳବାର ସକାଳେ ନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା(ନଂ ୧୨୨/୨୦୨୪) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରେ ନନ୍ଦପୁର ଥାନା ଅଧିକାରୀ ପାଣ୍ଡପ ଶବରଙ୍କ ନେତୃତ୍ୱରେ ପୋଲିସ ଦଳ ଓ କୋରାପୁଟ ସଦର ମହକୁମ୍ମାରୁ ସାଇଟିଫିକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୁନାବେଡା ଏସ୍‌ଡିପିଓ ମନବ୍ରତା ଶତପଥିଙ୍କ ତତ୍ୱାବଧାନରେ ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ସ୍ବାମୀ ମହେନ୍ଦ୍ରଙ୍କ ମୋବାଇଲ ଜବତ କରି କଲ ଯାଞ୍ଚ କରାଯାଇଥିଲା। ଶେଷରେ ଏହି ହତ୍ୟାକାଣ୍ଡର ପଛର କାରଣ ପଦାକୁ ଆସିଥିଲା। ନିଜେ ମହେନ୍ଦ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିବା ପରେ ତାକୁ ଜେରା କରାଯାଇଥିଲା। ସେଥିରେ ସେ ହତ୍ୟା କରିଥିବା ମାନିଥିଲେ। ତାଙ୍କ ଦୁଇ ସାଙ୍ଗ ହତ୍ୟାକାଣ୍ଡରେ ସହଯୋଗ କରିଥିଲେ ବୋଲି ଜେରା ବେଳେ ମହେନ୍ଦ୍ର ପୋଲିସ ଆଗରେ ପ୍ରକାଶ କରିଥିଲେ। ପୋଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦ‘ ଜାରି ରହିଥିବା ପୋଲିସ ଏସ୍‌ଡିପିଓ ମନବ୍ରତା ଶତପଥି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri