ବାତ୍ୟା ‘ଦାନା’କୁ ନେଇ ଗ୍ରୋସରୀ କଳାବଜାରୀ, ଚଢ଼ାଉ କରୁଛି ଯୋଗାଣ ବିଭାଗ

ଗଞ୍ଜାମ,୨୪।୧୦(ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ସହରବାସୀ ଚିନ୍ତାରେ ଥିବା ବେଳେ ବିଭିନ୍ନ ସାମଗ୍ରୀର ଦରଦାମ୍‌ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିତ୍ୟ ଅପରିହାର୍ଯ୍ୟ ଆଳୁ, ପିଆଜ ବଜାରରୁ ଏକପ୍ରକାର ଗାଏବ ହୋଇଯାଇଛି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ଆଳୁ କିଲୋ ପିଛା ୩୫ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ଗୁରୁବାର ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୋକାନୀମାନଙ୍କୁ ୨୮ରୁ ୩୦ ଟଙ୍କାରେ ବିକ୍ରି କରିବାକୁ ନୋଟିସ ମାରିବା ଲାଗି ବିଭାଗ ନିର୍ଦ୍ଦେଶ ଦେଇଛି।

ପ୍ରକାଶ ଯେ, ସାମୁଦ୍ରିକ ଝଡ଼ ଦାନା ଆଜି ସକାଳ ୪ଟା ସୁଦ୍ଧା ପାରାଦ୍ୱୀପଠାରୁ ଦକ୍ଷିଣ-ପୂର୍ବ ଦିଗରେ ୨୬୦ କିଲୋମିଟର, ଧାମରାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୯୦ କିଲୋମିଟର ଏବଂ ସାଗରଦ୍ୱୀପଠାରୁ ୩୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ‘ଦାନା’ ଗୁରୁବାର ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରି ପୁରୀ ଓ ସାଗରଦ୍ୱୀପ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁ ହୁ ହୋଇ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ପୋଡ଼ି ପାଉଁଶ

ସାଲେପୁର,୨୪।୧୦(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ମାଛୁଆତିଠାରେ ଥିବା ଗହଣା ଦୋକାନ ଶ୍ରୀରାମ ଜୁଏଲାରୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ ନିଆଁ...

‘ଦାନା’କୁ ନେଇ ଭଦ୍ରକ ପ୍ରଶାସନ ସଜାଗ: ୫୭୭ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେଲେଣି ୨୬,୦୬୪ ଲୋକେ

ଭଦ୍ରକ, ୨୪।୧୦(ସନାତନ ରାଉତ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଧାମରା ଠାରୁ ଆଉ ମାତ୍ର ୨୪୦ କିମି ଦୂରରେ ରହିଛି ବୋଲି ପାଣିପାଗ ବିଭାଗ...

ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି

ବଲାଙ୍ଗୀର, ୨୪।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା...

ଚାନ୍ଦବାଲିରେ ପ୍ରବଳ ବର୍ଷା, ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଭଦ୍ରକ,୨୪।୧୦(ସନାତନ ରାଉତ): ଭୀଷଣ ବାତ୍ୟାର ରୂପ ନେଲା ଦାନା। ପାଣିପାଗ ବିଭାଗ ସୂଚନା ମୁତାବକ, ବାତ୍ୟା ଦାନା ଗୁରୁବାର ରାତିରେ ଧାମରା ନିକଟରେ ସ୍ଥଳଭାଗ ଛୁଇଁବ...

୨୪, ୨୫ରେ ହବିଷିଆଳିଙ୍କ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ,୨୪ା୧୦(ଅଜିତ୍‌ କୁମାର ମହାନ୍ତି): ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୁରୀ ଜିଲାକୁ ୟେଲୋ ଜୋନ୍‌ ଘୋଷଣା କରିଥିବା ବେଳେ ୨୪...

ବାତ୍ୟାର ଲାଟେଷ୍ଟ ଅପଡେଟ୍‌, ଲ୍ୟାଣ୍ଡଫଲ୍‌ବେଳେ ବୁଲିଯିବ…

କେନ୍ଦ୍ରାପଡ଼ା, ୨୪ା୧୦(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ସାମୁଦ୍ରିକ ଝଡ଼ ‘ଦାନା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହି ସମ୍ଭାବ୍ୟ ଝଡ଼ ୨୪ ତାରିଖରେ ଉପକୂଳ...

କୋର୍ଟରେ ବିଜୟୀ ଘୋଷିତ ହେଲେ ପରାଜିତ ପ୍ରାର୍ଥୀ

ପାରଳାଖେମୁଣ୍ଡି/ ମୋହନା,୨୪ା୧୦(ଗିରିଧାରୀ ପରିଛା/ ମନ୍ମଥ ମିଶ୍ର): ଗଜପତି ଜିଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର ୧୧ ନଂ. ୱାର୍ଡର ଓ୍ବାର୍ଡସଭ୍ୟ ପାଇଁ ଦୁଇ...

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri