ଭୁବନେଶ୍ୱର,୬।୪: ଦେଶର ସର୍ବବୃହତ୍ ଆଲୁମିନିୟମ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ ଝାରସୁଗୁଡ଼ା ଏବଂ ଲାଞ୍ଜିଗଡ଼ କାର୍ଯ୍ୟ କ୍ଷେତ୍ରରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପାଳନ କରାଯାଇଛି। ବିଶେଷକରି ବେଦାନ୍ତର ଝାରସୁଗୁଡ଼ାସ୍ଥିତ ସ୍ମେଲଟର ପ୍ଲାଣ୍ଟଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବରେ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଏବଂ ଡା. ଶଙ୍କର ରାମଚନ୍ଦାନିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ସହ ଆମ ସମ୍ପର୍କ ବେଶ୍ ନିବିଡ଼ ହୋଇଛି । ବିଶେଷକରି ଓଡ଼ିଶା ଦିବସକୁ ଆମେ ପାଳନ କରୁଥିବା ବେଳେ ବେଦାନ୍ତ ଆଲୁମିନିୟମରେ ଏପ୍ରିଲ ୧ ଆମ ପାଇଁ ମଧ୍ୟ ଏକ ସ୍ମରଣୀୟ ଦିନ। ସେହିଭଳି ଓଡ଼ିଶାର ନାଗରିକମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ଦିଗରେ ଆମେ ବ୍ୟାପକ କାର୍ଯ୍ୟ ଜାରି ରଖିଥିବା ବେଳେ ଓଡ଼ିଶା ଦିବସରେ ମଧ୍ୟ ଆମେ ଓଡ଼ିଶାର ଲୋକମାନଙ୍କ ପାଇଁ ଶ୍ରେଷ୍ଠ ସଫଳତା ଓ ଅତୁଳନୀୟ ପ୍ରଗତିର ଆଉ ଏକ ବର୍ଷର ଶୁଭକାମନା ଜଣାଉଛୁ।
ସେହିପରି ବେଦାନ୍ତ ଆଲୁମିନିୟମର ଡେପୁଟି ସିଇଓ ଜି. ଜି. ପାଲ୍ କହିଛନ୍ତି, ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର ସାଂସ୍କୃତିକ ପୁନର୍ଜାଗରଣର ଅଂଶ ହୋଇଥିବାରୁ ଆମେ ଗର୍ବିତ ଯାହା ଡୋକ୍ରା କଳାକୃତି ଓ ସଉରା ଚିତ୍ରକଳା ଭଳି ସୁନ୍ଦର ପାରମ୍ପରିକ କଳାକୃତିର ପ୍ରସାର ପାଇଁ ଆମ ଉଦ୍ୟମରେ ପ୍ରତିଫଳିତ ହୋଇଛି। ଆମର ମାନୁଫାକ୍ଚରିଂ ଉତ୍କର୍ଷ ଓ ସମ୍ପ୍ରସାରିତ ଯୋଗାଣ ଶୃଙ୍ଖଳ ଜରିଆରେ ରାଜ୍ୟ ଓ ଏହାର ଲୋକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଆମର କଳାକୃତି ଜରିଆରେ ଆମେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଲାଗି ପ୍ରତିବଦ୍ଧ ରହିଛୁ।