ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶା ଦିବସ

ଭୁବନେଶ୍ୱର,୨।୪:  ଦେଶର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶନିବାର ଓଡ଼ିଶା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର ବିକାଶ ପାଇଁ କମ୍ପାନୀ ତା’ର ପ୍ରତିଶ୍ରୁତି ଦୋହରାଉଛି। ଏପରିକି ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସ ପ୍ରତି କମ୍ପାନୀର ଦୃଷ୍ଟିକୋଣ ଉଚ୍ଚକୋଟୀର ରହିଛି। ଏ ସମ୍ପର୍କରେ ବେଦାନ୍ତ ଲିଃ.ର ସିଇଓ (ଆଲୁମିନା ବ୍ୟବସାୟ) ରାହୁଲ ଶର୍ମା କହିଥିଲେ, ଓଡ଼ିଶାର ଅଗ୍ରଗତିରେ ବେଦାନ୍ତ ଆଲୁମିନିୟମ ଅଂଶୀଦାର ହୋଇଥିବାରୁ ନିଜକୁ ଗୌରବାନ୍ବିତ ମନେକରୁଛି। ଏପରିକି ଆମେ ଆମର ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଦୃଢ଼ ସଂକଳ୍ପବଦ୍ଧ ରହିଛୁ। ବିଶେଷକରି ଦେଶ ତଥା ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଆମର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଓଡ଼ିଶା ସରକାରଙ୍କ ୫-ଟି ଫ୍ରେମ୍‌ୱାର୍କ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବାରୁ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି। ଧୋକ୍ରା ଓ ସଉରାର ନୂଆ ଓ ସମସାମୟିକ ଡିଜାଇନ ଉପସ୍ଥାପନ କରି କାରିଗରଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି। ବିଭିନ୍ନ ପ୍ରଦର୍ଶନୀରେ ସେମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ ସହ କାରିଗର ଉପତ୍ାଦକ ଗୋଷ୍ଠୀକୁ ଆର୍ଥିକ ସହାୟତା ଦେବାକୁ ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସମିତି ସହ ସହଭାଗିତା କରିଛି। ତୃଣମୂଳ ସ୍ତରରେ ସ୍ଥାନୀୟ ଯୁବକମାନଙ୍କ ଅନ୍ତର୍ନିହିତ ଦକ୍ଷତାକୁ ପ୍ରତିପୋଷଣ କରିବା ଲାଗି କମ୍ପାନୀର ଲାଞ୍ଜିଗଡ଼ ୟୁନିଟ୍‌ଠାରେ ଏକ ତୀରନ୍ଦାଜୀ ତାଲିମ କାର୍ଯ୍ୟ ପରିଚାଳନା କରୁଛି।

Share