ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଓଡ଼ିଶା ଦିବସ ପାଳିତ

କାଳିଆପାଣି,୪।୪(ଡି.ଏନ୍‌.ଏ.): ଟାଟାଷ୍ଟିଲ ମାଇନିଂ କମ୍ପାନୀ ପକ୍ଷରୁ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟରତ ଟାଟା ଷ୍ଟିଲ ମାଇନିଂ କମ୍ପାନୀର କର୍ମଚାରୀ ଓ କଲୋନୀବାସୀ କମ୍ପାନୀର ପ୍ରଶାସନିକ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ କଲୋନୀ ପରିସରରେ ପ୍ରଭାତ ଫେରି କରି ଓଡିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟପର୍ଣ କରିଥିଲେ । କଲୋନୀ ପରିସରରେ ରହିଥିବା କାଟେପୁର୍ତ୍ତି ଅଡିିଟୋରିୟମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ପୁରୀର ଅବସରପ୍ରାପ୍ତ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟ , ଜଗନ୍ନାଥଙ୍କ ସେବାୟତ ଡ.ଶରତ କୁମାର ମହାନ୍ତି, ଯାଜପୁରର ବିଶିଷ୍ଟ କବି ନନ୍ଦ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ବତନ୍ତ୍ର ଓଡିଶା ଗଠନ ଓ ଏଥିପାଇଁ ପଦକ୍ଷେପ ନେଇଥିବା ବରପୁତ୍ରମାନଙ୍କ ଉପରେ ବକ୍ତବ୍ୟ ରଖିଥିଲେ ା ଏଥିସହିତ ଓଡିଶା ଭାଷା ଓ ସାହିତ୍ୟ ଉପରେ ମତ ରଖିଥିଲେ । କମ୍ପାନୀର ସହ ପ୍ରଶାସନିକ ମୁଖ୍ୟ ସଞ୍ଜୀବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଏକ ସପ୍ତାହ ଧରି କର୍ମଚାରୀ ,ସ୍କୁଲ ଛାତ୍ରୀଛାତ୍ର, ନିରାପତ୍ତାରକ୍ଷୀ ମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ପ୍ରଦାନ ଉତ୍ସବରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ବିଶ୍ବଜିତ ନାୟକ ଓ କମ୍ପାନୀ ପ୍ରଶାସନିକ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଲୋକ କଳା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ସୁକିନ୍ଦା ଖଣି ପ୍ରବନ୍ଧକ ଶମ୍ଭୁନାଥ ଝା , ପରିବହନ ମୁଖ୍ୟ ଅନଙ୍ଗ ଉଦୟ ମାହାନା ସମେତ ବହୁ ଅଧିକାରୀ ଯୋଗଦେଇ ଥିଲେ ।