Categories: ଖେଳ

ଓଡ଼ିଶା ବଧିର କ୍ରିକେଟ ଦଳ ଘୋଷିତ

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ଆଗାମୀ ଜାତୀୟ ବଧିର ଟି୨୦ କ୍ରିକେଟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏକ ବଧିର କ୍ରିକେଟ ଦଳ ଗଠନ କରାଯାଇଛି। ହାଇଟେକ୍‌ କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୯ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ଖେଳାଳି ଚୟନ ହୋଇଥିବାବେଳେ ୪ ଜଣଙ୍କୁ ଷ୍ଟାଣ୍ଡବାଇ ରଖା ଯାଇଛି। ମନୋନୟନ ହୋଇଥିବା ଖେଳାଳିମାନଙ୍କୁ ନେଇ ଜାତୀୟ ପ୍ରତିଯୋଗିତା ପାଇଁ ଅଭ୍ୟାସ ଶିବିର ଚାଲିବ। ଜାତୀୟ ଟି୨୦ ବଧିର କ୍ରିକେଟ ପ୍ରତିଯୋଗିତା ଚଳିତ ବର୍ଷ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ହାଇଟେକ୍‌ କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ହେବବୋଲି ଓଡ଼ିଶା ବଧିର କ୍ରିକେଟ ଆସୋସିଏଶନ ସଭାପତି ବିକ୍ରମଜିତ ମହଲା ଓ ସମ୍ପାଦକ ସାଗରକାନ୍ତ ସେନାପତି ଏକ ବିବୃତି ମାଧ୍ୟମରେ ଜଣାଇଛନ୍ତି।
ଓଡ଼ିଶା ବଧିର କ୍ରିକେଟ ଦଳ: ଶିବନ ନନ୍ଦ (ଅଧିନାୟକ), ରାଜେଶ ମୁଦୁଲି (ଉପ-ଅଧିନାୟକ), ବଣ୍ଟି ଚୌଧୁରୀ, ଅଭିନିତ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ରାଉତ, ରାଜନ କୁମାର ସାହୁ, ଅମନ ଜେନା, ସନ୍ତୋଷ କୁମାର ମହାପାତ୍ର, ପ୍ରଳୟ ବେହୁରା, ଅଭିଜିତ ସ୍ବାଇଁ, ସୋଭନ ରଥ, ସୌଭାଗ୍ୟ ମହାନ୍ତି, ସୁଶାନ୍ତ କୁମାର ଦାଶ, ଆନନ୍ଦ ଭୋଇ, ସୁନୀଲ କୁମାର ସାହୁ, ଶ୍ୟାମ କିଶୋର ହରିଚନ୍ଦନ, ହରପ୍ରସାଦ ସାମନ୍ତରାୟ।
ଷ୍ଟାଣ୍ଡବାଇ: ସୌମ୍ୟ ପ୍ରସାଦ ମିଶ୍ର, ମାନସ କୁମାର ସାମଲ, ଶଶି ଭୂଷଣ ମହାନ୍ତି, ପ୍ରଦୀପ ପାଣ୍ଡେ।

Share