୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୁବ ପରିବେଶବିତ୍‌ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଧରିତ୍ରୀ ସିଇ ଆଦ୍ୟାଶା ସତପଥୀ, ସମ୍ପାଦକ ତଥାଗତ ସତପଥୀ, ଶିକ୍ଷାବିତ୍‌ କାଳନ୍ଦୀ ଚରଣ ଛାଟୋଇ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ପରିଡ଼ା, ବିଚିତ୍ରାନନ୍ଦ ବିଶ୍ୱାଳ, ଚାରୁଲତା ବିଶ୍ୱାଳ, ସବୁଜ ଶାଖା ସଭାପତି ରମାକାନ୍ତ ବସ୍ତିୟା ପ୍ରମୁଖ ଉପସ୍ଥିତ ଥିଲେ। ୨୦୩୦ ସୁଦ୍ଧା ୧୦ ଲକ୍ଷ ହେନ୍ତାଳ ଚାରାରୋପଣ ପାଇଁ ପ୍ରୟାସ ଜାରି ରହିବ ବୋଲି ଯୁବ ପରିବେଶବିତ୍‌ ବିଶ୍ୱାଳ କହିଛନ୍ତି। ଏହି ଅବସରରେ ଧରିତ୍ରୀର ସିଇ(ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌) ଆଦ୍ୟାଶା ସତପଥୀ ଓପ୍‌ସା (ଓଡ଼ିଶା ପର୍ଯ୍ୟବରଣ ସଙ୍ଗଠନ)କୁ ୧ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଯାଉଛି। ବର୍ଷାଦିନେ ଗରମ ଅନୁଭୂତ ହେବା, ଶୀତଋତୁରେ ଥଣ୍ଡା ହ୍ରାସ ହେବାରୁ ଜଳବାୟୁରେ ଅସମାନତା ସୃଷ୍ଟି ହେଉଛି। ଏହାର କାରଣ ନିରାକରଣ ପାଇଁ ବିଶ୍ୱର ପରିବେଶବିତ୍‌ ଓ ପାଣିପାଗ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ବାତ୍ୟା ସୃଷ୍ଟିହୋଇ ୩ଶହ କି.ମି. ପର୍ଯ୍ୟନ୍ତ ପବନ ବହିଥିଲା। ୧୯୯୯ ମହାବତ୍ୟା, ୨୦୧୩ ଫାଇଲିନ୍‌, ୨୦୧୪ ହୁଡହୁଡ, ୨୦୧୮ ତିତିଲି, ୨୦୧୯ ଫନି ଭଳି ସାମୁଦ୍ରିକ ବାତ୍ୟାରେ ଉପକୂଳ ଅଞ୍ଚଳରେ ନାହିଁ ନ ଥିବା କ୍ଷତି ଘଟିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରଚୁର ପରିମାଣରେ ହେନ୍ତାଳ ଜଙ୍ଗଲ ଆବଶ୍ୟକ। ଏହି ଗଛ ଉପକୂଳ ଅଞ୍ଚଳରେ ସୁରକ୍ଷା ପାଚେରି ଭାବେ ଉଭା ହେବ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି। ସମ୍ପ୍ରତି ସବୁଜ ଗୃହ ବାଷ୍ପ ନିର୍ଗମନରେ ବୃଦ୍ଧି ହେତୁ ପୃଥିବୀ ପୃଷ୍ଠରେ ଉତ୍ତାପରେ ବୃଦ୍ଧି ଘଟୁଛି, ଯାହା ଜଳବାୟୁରେ ଘୋର ଅନିୟମିତତାର କାରଣ ହେଉଛି। ୨୦୧୯ରେ ଫନି ଏବଂ ୨୦୨୦ରେ ଅମ୍ପାନ ହୋଇଥିଲା। ଏହିଭଳି ସାମୁଦ୍ରିକ ଝଡ଼ର ସଂଖ୍ୟା ବୃଦ୍ଧି ପାଉଥିବାରୁ ସମୁଦ୍ର ତଟରେ ଲୁଣା ଜଙ୍ଗଲର ଗୁରୁତ୍ୱ ବୃଦ୍ଧି ପାଇଛି।

ଅନୁଧ୍ୟାନରୁ ଜଣାଯାଇଛି, ଭିତରକନିକାରେ ଲୁଣା ଜଙ୍ଗଲ ହେତୁ ଏକ ବିସ୍ତୃତ ଅଞ୍ଚଳ ୧୯୯୯ ମହାବାତ୍ୟାର ପ୍ରକୋପରୁ କେତେକାଂଶ ରକ୍ଷା ପାଇବାରେ ସମର୍ଥ ହୋଇଥିଲା। ଏଥିପାଇଁ ଲୁଣା ଜଙ୍ଗଲର ଅବସ୍ଥିତି ସାମୁଦ୍ରିକ ପରିସଂସ୍ଥା ପାଇଁ ଅତ୍ୟନ୍ତ ଅନିର୍ବାଯ୍ୟ। ଅଙ୍ଗାରକାମ୍ଳ ତଥା ଅନ୍ୟାନ୍ୟ ସବୁଜଗୃହ ବାଷ୍ପକୁ ଶୋଷିବାରେ ଅନ୍ୟ ଜଙ୍ଗଲ ତୁଳନାରେ ଲୁଣା ଜଙ୍ଗଲ ଅଧିକ ସମର୍ଥ। ଏହି ସବୁ କାରଣରୁ ଲୁଣା ଜଙ୍ଗଲର ସୃଷ୍ଟି, ସୁରକ୍ଷା ଏବଂ ସମୃଦ୍ଧି ଏକାନ୍ତ କାମ୍ୟ। ଶନିବାର ମଧ୍ୟାହ୍ନରେ ଉପସ୍ଥିତ ଅତିଥି, ସ୍ଥାନୀୟ ଅଞ୍ଚଳ ମହିଳା, ଯୁବ ବନ୍ଧୁମାନେ ଭଉଁରିଆ ବ୍ରିଜ ଠାରୁ ଦେବୀ ମୁହାଁଣ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷ ଚାରାରୋପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri