ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର; ସାରା ଦେଶରେ ପ୍ରଥମ

ଭୁବନେଶ୍ୱର,୧୦ା୭: ଓଡ଼ିଶାର ଚାଳକଙ୍କ ପାଇଁ ବିଦେଶ ନିଯୁକ୍ତିର ସଫଳତା। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କୁ ସମେତ ଓଡିଶାର ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ମନ୍ତ୍ରୀ ଜେନା କହିଛନ୍ତି ଯେ ଉତ୍ତମ ବ୍ୟବହାର, ଜିରୋ କାଜୁଆଲିଟି ଓ ନିରାପତ୍ତା ଯାନଚାଳକମାନଙ୍କର ଆଦର୍ଶ ହେବା ଉଚିତ । ସେମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଜାପାନ ଯିବା ପୂର୍ବରୁ ଏହି ଯାନଚାଳକମାନେ ବେଙ୍ଗାଲୁରୁରେ ଜାପାନୀ ଭାଷା, ସଂସ୍କୃତି ଏବଂ ନିୟମାବଳୀ ଉପରେ ତାଲିମ ନେବେ । ସେମାନଙ୍କ ପାଇଁ ପାସପୋର୍ଟ ଏବଂ ଭିସାର ମଧ୍ୟ ବ୍ୟବସ୍ଥା କରାଯିବ । ଏହି ପ୍ରକ୍ରିୟା ପାଇଁ ଯାନଚାଳକ ପିଛା ୨.୩ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । ମନ୍ତ୍ରୀ ଜେନା ନୂତନ ଯାନଚାଳକମାନଙ୍କୁ ବିଦେଶରେ ଓଡ଼ିଶାର ପରିଚୟ ଓ ଗୌରବକୁ ଅକ୍ଷୁଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଯାନଚାଳକ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯାଇଛି । ଯାନଚାଳକମାନଙ୍କ ପାଇଁ ଏଭଳି ଅଭିନବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ପ୍ରଥମ ପର୍ଯ୍ୟାୟରେ ଜାପାନରେ କାମ କରିବାର ସୁଯୋଗ ପାଇବା ପାଇଁ ଓଡିଶାର ୩୦ ଜଣ ଯାନଚାଳକଙ୍କୁ ଚୟନ କରାଯାଇଛି ।

ଜାପାନର ପ୍ରତିନିଧି ତଥା ନାଭିସ୍‌ଏଚ୍‌ଆର୍‌ ଦ୍ୱାରା ଆୟୋଜିତ ଏକ ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭାରୀଯାନ ତାଲିମ କେନ୍ଦ୍ରରୁ ୧୮୦ ଜଣ ଯାନଚାଳକ ଭାଗ ନେଇଥିଲେ। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାଜ୍ୟର ଚାରୋଟି ସ୍ଥାନରେ ଭାରୀଯାନ ତାଲିମ କେନ୍ଦ୍ର କାର୍ଯ୍ୟ କରୁଛି । ସରକାରୀ-ଘରୋଇ ଭାଗୀଦାରି ମାଧ୍ୟମରେ ପରିଚାଳିତ ଏହି କେନ୍ଦ୍ରଗୁଡିକ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ମାଗଣା ତାଲିମ, ରହିବା, ଭୋଜନ ସହ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ସହାୟତା ଯୋଗାଇଥାଆନ୍ତି । ଏହା ବ୍ୟତୀତ ସଫଳ ପ୍ରଶିକ୍ଷାର୍ଥୀମାନେ ୩୦ ଦିନର ତାଲିମ ସମାପ୍ତ କରିବା ପରେ ୩୦୦୦ ଟଙ୍କାର ଷ୍ଟାଇପେଣ୍ଡ ପାଇଥାଆନ୍ତି । ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ତାଲିମ ସୁବିଧା, ପ୍ରଶିକ୍ଷକ, ଡ୍ରାଇଭିଂ ଟ୍ରାକ୍‌, ଏସି ଶ୍ରେଣୀଗୃହ ଏବଂ ହଷ୍ଟେଲ ସୁବିଧା ରହିଛି । ପ୍ରଶିକ୍ଷାର୍ଥୀମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ, ବ୍ୟାୟାମ ସହ
ଲାଇବ୍ରେରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏଠାରେ ମଧ୍ୟ ପୂର୍ବରୁ ଲାଇସେନ୍ସପ୍ରାପ୍ତ ଯାନଚାଳକମାନଙ୍କୁ ମଧ୍ୟ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତିନି ଦିନିଆ ରିଫ୍ରେସର ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri