ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ଲିନା କୁମାରୀ ଖେସ୍‌ଙ୍କୁ କବିସୂର୍ଯ୍ୟନଗର ଶାଖା ପକ୍ଷରୁ ଗୁରୁବାର ପ୍ରଦାନ କରାଯାଇଛି। ଏହା ସହିତ କବିସୂର୍ଯ୍ୟନଗର ନଗର ବିଧାୟିକାଙ୍କ ମଧ୍ୟ ଏକ ଲିଖିତପତ୍ର ସାଥୀରେ ସଂଲଗ୍ନ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ସଭାପତି ରାଜାରାଓ ରେଡ୍ଡୀ, ଉପସଭାପତି ସୁରେନ୍ଦ୍ର ବଣ, ଟୁଟୁ ଜେନା, ସୁଶାନ୍ତ ସାହୁ, ରବୀନ୍ଦ୍ର ବଣ, ଭଗବାନ ମହାରଣା, ବଂଶୀଧର ସାହୁ, ଟୁକୁନା ବେହେରାଙ୍କ ସମେତ ବହୁ ଡ୍ରାଇଭର ଉପସ୍ଥିତ ଥିଲେ।