ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବୁଧବାର ବାଲିଗୁଡ଼ା ଆଇଟିଡିଏ କାର୍ଯ୍ୟାଳୟରେ କନ୍ଧମାଳ ଅତିରିକ୍ତ ଜିଲାପାଳ ତଥା ରିଟର୍ନିଂ ଅଫିସର ଅଶୋକ କୁମାର ଭୋଇଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଜିଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ଜିଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକଙ୍କ ସମେତ ଦାରିଙ୍ଗବାଡି, ଟିକାବାଲି, ରାଇକିଆ, ଜି ଉଦୟଗିରି ବ୍ଲକ ଓ ଜି ଉଦୟଗିରି ଏନ୍‌ଏସିର ବିଜୁ ଜନତା ଦଳର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିଙ୍କ ସହ ଶହ ଶହ କର୍ମକର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ଯାଇଥିଲେ ।

Share