Categories: ଖେଳ

ଚେନ୍ନାଇନ୍‌ ବିପକ୍ଷରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୮।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ମ ସଂସ୍କରଣ ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ କେରଳ ବ୍ଲାଷ୍ଟର୍ସ ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହେବ। ଏଥର ୧୨ଶ ଦଳଭାବେ ପଞ୍ଜାବ ଏଫ୍‌ସି ଆଇଏସ୍‌ଏଲ୍‌ ଖେଳିବ। ଗତ ସିଜନରେ ପ୍ରଥମଥର ପାଇଁ ପ୍ଲେ-ଅଫ୍‌ରେ ପ୍ରବେଶ କରି ୬ଷ୍ଠ ସ୍ଥାନ ଅଧିକାର କରିଥିବା ଓଡ଼ିଶା ଏଫ୍‌ସି ଏଥର ସେପ୍ଟେମ୍ବର ୨୩ରେ କଳିଙ୍ଗ ଷ୍ଟାଡିୟମରେ ଚେନ୍ନାଇନ୍‌ ଏଫ୍‌ସି ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପ୍ରଥମାର୍ଦ୍ଧରେ ଓଡ଼ିଶା ଏଫ୍‌ସି ଖେଳିବାକୁ ଥିବା ୧୨ଟି ମ୍ୟାଚର କାର୍ଯ୍ୟସୂଚୀ ଘୋଷିତ ହୋଇଛି।
କାର୍ଯ୍ୟସୂଚୀ
ସେପ୍ଟେମ୍ବର ୨୩: ବନାମ ଚେନ୍ନାଇନ୍‌ ଏଫ୍‌ସି, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ସମୟ: ଅପରାହ୍ନ ୫ଟା ୩୦
ସେପ୍ଟେମ୍ବର ୨୮: ବନାମ ମୁମ୍ବାଇ ସିଟି ଏଫ୍‌ସି, ସ୍ଥାନ କଳିଙ୍ଗ ଷ୍ଟାଡିୟମ, ସମୟ: ରାତି ୮ଟା
ଅକ୍ଟୋବର ୭: ବନାମ ଏଫ୍‌ସି ଗୋଆ, ସ୍ଥାନ: ଜବାହରଲାଲ ନେହେରୁ ଷ୍ଟାଡିୟମ (ଗୋଆ), ସମୟ: ରାତି ୮ଟା
ଅକ୍ଟୋବର ୨୭: ବନାମ କେରଳ ବ୍ଲାଷ୍ଟର୍ସ, ସ୍ଥାନ: ଜବାହରଲାଲ ନେହେରୁ ଷ୍ଟାଡିୟମ (କୋଚି), ସମୟ: ରାତି ୮ଟା
ଅକ୍ଟୋବର ୩୧: ବନାମ ବେଙ୍ଗାଲୁରୁ ଏଫ୍‌ସି, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ସମୟ: ରାତି ୮ଟା
ନଭେମ୍ବର ୩: ବନାମ ନର୍ଥଇଷ୍ଟ ୟୁନାଇଟେଡ, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ସମୟ ରାତି ୮ଟା
ଡିସେମ୍ବର ୧: ବନାମ ଜାମସେଦପୁର ଏଫ୍‌ସି, ସ୍ଥାନ: ଜେଆରଡି ଟାଟା ସ୍ପୋଟର୍‌ସ କମ୍ପ୍ଲେକ୍ସ (ଜାମସେଦପୁର), ସମୟ: ରାତି ୮ଟା
ଡିସେମ୍ବର ୬: ବନାମ ମୋହନ ବାଗାନ ସୁପର ଜାଏଣ୍ଟ, ସ୍ଥାନ: ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ (କୋଲକାତା), ସମୟ: ରାତି ୮ଟା
ଡିସେମ୍ବର ୧୭: ବନାମ ହାଇଦ୍ରାବାଦ ଏଫ୍‌ସି, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ସମୟ: ରାତି ୮ଟା
ଡିସେମ୍ବର ୨୨: ବନାମ ଇଷ୍ଟବେଙ୍ଗଲ ଏଫ୍‌ସି, ସ୍ଥାନ: ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ (କୋଲକାତା), ସମୟ: ରାତି ୮ଟା
ଡିସେମ୍ବର ୨୬: ପଞ୍ଜାବ ଏଫ୍‌ସି, ସ୍ଥାନ: ଜବାହରଲାଲ ନେହେରୁ ଷ୍ଟାଡିୟମ (ଦିଲ୍ଲୀ), ସମୟ ରାତି ୮ଟା
ଡିସେମ୍ବର ୨୯: ବନାମ ଜାମସେଦପୁର ଏଫ୍‌ସି, ସ୍ଥାନ: କଳିଙ୍ଗ ଷ୍ଟାଡିୟମ, ସମୟ: ଅପରାହ୍ନ ୫ଟା ୩୦।

 

Share