Posted inଖେଳ

ଭାଗ୍ୟ ପରିବର୍ତ୍ତନ ଆଶାରେ ଓଡ଼ିଶା ଏଫ୍‌ସି

ବାମ୍ବୋଲିମ୍‌, ୧୭।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ସାରିଥିଲେ ହେଁ ବିଜୟ ସ୍ବାଦ ପାଇନାହିଁ। ଦଳ ଗୋଟିଏ ମ୍ୟାଚ ଡ୍ର ରଖିଥିବାବେଳେ ୪ଟି ମ୍ୟାଚ ହାରିସାରିଛି। କେବଳ ସେତିକି ନୁହେଁ ୧ ପଏଣ୍ଟ ପାଇଥିବା ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଏହି ଦଳ ମାତ୍ର ୨ଟି ଗୋଲ ଦେଇଥିବାବେଳେ ୭ ଗୋଲ ବରଣ କରିଛି। ଏଥିରୁ ୩ଟି ପେନାଲ୍ଟିରୁ ଏବଂ ଗୋଟିଏ ଫ୍ରି-କିକ୍‌ରୁ ଆସିଛି। ପ୍ରତି ମ୍ୟାଚରେ ଦଳ ଅତିକମ୍‌ରେ ଗୋଟିଏ ଗୋଲ ବରଣ କରିଛି। ଜାମଶେଦପୁର ଏଫ୍‌ସି ବିପକ୍ଷରେ ଓଡ଼ିଶା ଏଫ୍‌ସି ୨ଟି ଯାକ ଗୋଲ ସ୍କୋର କରିଥିଲା। ଅର୍ଥାତ୍‌ ଅନ୍ୟ ୪ଟି ମ୍ୟାଚରେ ଦଳ ଗୋଲ ଦେବାରେ ଅସମର୍ଥ ହୋଇଛି। ତେଣୁ ଆଗାମୀ ମ୍ୟାଚରେ ପୂର୍ବତନ ଚାମ୍ପିୟନ ଶକ୍ତିଶାଳୀ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବାକୁ ଯିବାବେଳେ ଓଡ଼ିଶା ଏଫ୍‌ସି ଭାଗ୍ୟ ପରିବର୍ତ୍ତନ ଆଶାରେ ରହିଛି। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଲିଗ୍‌ରେ ଅପରାଜେୟ ରହିଛି। ଏହି ଦଳ ଖେଳିଥିବା ୫ ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବାବେଳେ ଅନ୍ୟ ୩ଟି ଡ୍ର ରଖିଛି। ୯ଟି ଗୋଲ ସ୍କୋର କରିଛି ଏବଂ ୬ଟି ବରଣ କରିଛି।
ଆଗାମୀ ମ୍ୟାଚରେ ଓଡ଼ିଶା ଦଳକୁ ଅଧିକ ଆକ୍ରମଣାତ୍ମକ ଖେଳିବାକୁ ପଡ଼ିବ ବୋଲି ବକ୍ସଟର ସ୍ବୀକାର କରିଛନ୍ତି। ଏହାବ୍ୟତୀତ ମୋମେଣ୍ଟମ୍‌କୁ ଧରିରଖିବାକୁ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ଏଫ୍‌ସି ଅଧିକ ଗୋଲ ବରଣ କରୁଥିଲେ ହେଁ ଦଳର ବ୍ୟାକ୍‌ଲାଇନ୍‌କୁ ଦୋଷ ଦେବାକୁ ପ୍ରସ୍ତୁତ ନୁହନ୍ତି ବକ୍ସଟର। ଏହା ଦଳଗତ ପ୍ରଦର୍ଶନର ଫଳ। ଅଧିକ ଗୋଲ ବରଣ ପାଇଁ କେବଳ ସେଣ୍ଟର ବ୍ୟାକ୍‌ ବିଭାଗକୁ ଦୋଷ ଦିଆଯିବ ବୋଲି ମୁଁ ଭାବି ପାରୁନି। ଏମାନଙ୍କ ପ୍ରଦର୍ଶନ ମଧ୍ୟ ଖରାପ ବୋଲି କହିବିନି। କେତେକ ମ୍ୟାଚରେ ଏମାନେ ଭଲଭାବେ ଡିଫେଣ୍ଡ ମଧ୍ୟ କରିଛନ୍ତି ବୋଲି କୋଚ୍‌ କହିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଭଲ ପ୍ରଦର୍ଶନ ଅବ୍ୟାହତ ରହିବା ନେଇ ଦୃଢ଼ ଆଶା ପୋଷଣ କରିଛନ୍ତି କୋଚ୍‌ କାଲର୍‌ସ କ୍ୱାଡ୍ରାଟ। ”ଆମଦଳ କୌଣସି ମ୍ୟାଚକୁ ହାଲୁକାଭାବେ ନେଉନାହିଁ। ସେମାନେ ଆଗାମୀ ମ୍ୟାଚରେ ୩ ପଏଣ୍ଟ ପାଇଁ ଖେଳିବେ। ଲିଗ୍‌ରେ ପ୍ରତି ଦଳ ପ୍ରତିପକ୍ଷକୁ ହରାଇବାର ଦକ୍ଷତା ରଖିଛନ୍ତି। ଓଡ଼ିଶା ଏଫ୍‌ସି ବିଜୟୀ ହୋଇ ନ ଥିଲେ ହେଁ ଏକ ବିପଜ୍ଜନକ ଦଳ“ ବୋଲି କ୍ୱାଡ୍ରାଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri