Categories: ଖେଳ

ଏଏଫ୍‌ସି କପ୍‌: ମୋହନବାଗାନ୍‌ ଉପରେ ଓଡ଼ିଶା ଏଫ୍‌ସିର ବୃହତ ବିଜୟ

ଭୁବନେଶ୍ୱର,୨୭ା୧୧: ଏଏଫ୍‌ସି କପ୍‌ରେ ତୃତୀୟ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ସୋମବାର କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ମୋହନବାଗାନ୍‌ ଏଫ୍‌ସିକୁ ୫-୨ରେ ପରାସ୍ତ କରିଛି ଓଏଫ୍‌ସି। ଓଡ଼ିଶା ପକ୍ଷରୁ ରୟ କ୍ରିଷ୍ଣା(୨୯), ଡିଏଗୋ ମରିସିଓ(୩୨), ସାଇ ଗୋଡାର୍ଡ(୪୧), ଅନିକେତ ଯାଦବ(୯୦+୨) ଓ ଆଇଜାକ୍‌ ଭାନ୍‌ଲାଲରରୁଆଟ୍‌ଫେଲା(୯୦+୫) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

ଅନ୍ୟ ପକ୍ଷରେ ମୋହନ ବାଗାନ ପକ୍ଷରୁ ହ୍ୟୁଗୋ ବ୍ୟୁମୋସ୍‌(୧୭) ଓ କିୟାନ୍‌ ନାସିରି(୬୩) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ବିଜୟ ସହିତ ଏଏଫ୍‌ସି କପ୍‌ରେ ତୃତୀୟ ବିଜୟ ସହିତ ଗ୍ରୁପ୍‌ ଡିରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ଓଏଫ୍‌ସି। ସେହିପରି ଦଳ ମୋହନ ବାଗାନ ବିପକ୍ଷରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଉଭୟ ଦଳ ନବମ ଥର ପାଇଁ ମୁହାଁମୁହିଁ ହୋଇଥିବା ବେଳେ ପୂର୍ବରୁ ମୋହନ ବାଗାନ ୫ ଥର ବିଜୟୀ ହୋଇଥିଲା ଓ ୩ଟି ମ୍ୟାଚ୍‌ ଡ୍ରରେ ଶେଷ ହୋଇଥିଲା।

Share