Posted inଖେଳ

ଓଡ଼ିଶା ଏଫ୍‌ସିକୁ ହରାଇଲା ସେଣ୍ଟ୍ରାଲ କୋଷ୍ଟ ମେରିନର

ଭୁବନେଶ୍ୱର,୭ା୩: ଏସିଆନ୍‌ ଏଏଫ୍‌ସି କପ୍‌ ସେମିଫାଇନାଲର ପ୍ରଥମ ଚରଣରେ ସେଣ୍ଟ୍ରାଲ କୋଷ୍ଟ ମେରିନର(ସିସିଏମ୍‌) ନିକଟରୁ ୪-୦ରେ ପରାଜିତ ହୋଇଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ସେଣ୍ଟ୍ରାଲ କୋଷ୍ଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ପକ୍ଷରୁ ମାଇକେଲ ଡୋକା(୩୬, ୭୭) ମିନିଟରେ ଡବଲ ଗୋଲ ଦେଇଥିବା ବେଳେ ଷ୍ଟର୍ମ ରକ୍ସ(୫୨) ଓ ରୋନାଲ୍ଡ ବାର୍ସେଲୋସ (୮୯) ମିନିଟରେ ଗୋଲ ଦେଇଥିଲେ।

ପ୍ରଥମାର୍ଦ୍ଧରେ ଓଏଫ୍‌ସି କଡା ଟକ୍କର ଦେଇଥିଲା। ତେବେ ୩୬ ତମ ମିନିଟରେ ମାଇକେଲ ଡୋକା ପ୍ରଥମ ଗୋଲ ଦେଇଥିଲେ। ନିସବେଟଙ୍କ ପାସ୍‌କୁ ପୋଷ୍ଟ ମଧ୍ୟକୁ ପଠାଇ ଡୋକା ଦଳକୁ ୧-୦ରେ ଆଗୁଆ କରିଥିଲେ। ୪୩ ତମ ମିନିଟରେ ଡିଏଗୋ ମରିସିଓଙ୍କ ପାସ୍‌କୁ ବାର୍‌ ଉପରେ ମାରିଥିଲେ। ପ୍ରଥମାର୍ଦ୍ଧରେ ଓଏଫ୍‌ସି ୧-୦ରେ ପଛରେ ରହିଥିଲା।

ଦ୍ୱିତୀୟାର୍ଦ୍ଧରେ ସିସିଏମ୍‌ ଆଉ ୩ ଗୋଲ ଦେଇଥିଲା। ୫୨ ତମ ମିନିଟରେ ଷ୍ଟର୍ମ ରକ୍ସ ଏକ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୭୭ ତମ ମିନିଟରେ ରୟ କ୍ରିଷ୍ଣାଙ୍କ ଫାଉଲରୁ ସିସିଏମ୍‌କୁ ପେନାଲ୍ଟି ମିଳିଥିଲା। ମାଇକେଲ ଡୋକା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ୮୯ତମ ମିନିଟରେ ରୋନାଲ୍ଡ ବାର୍ସେଲୋସ ଚତୁର୍ଥ ଗୋଲ ଦେଇ ଦଳକୁ ୪-୦ରେ ବିଜୟୀ କରିଥିଲେ। ଏହି ସେମି ଫାଇନାଲର ଦ୍ୱିତୀୟ ଚରଣ ମାର୍ଚ୍ଚ ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri