Categories: ଖେଳ

ଇଷ୍ଟବେଙ୍ଗଲକୁ ହରାଇଲା ଓଡ଼ିଶା ଏଫ୍‌ସି

କୋଲକାତା, ୧୯।୧୧: ସ୍ଥାନୀୟ ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଓଡ଼ିଶା ଏଫ୍‌ସି ୪-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫ୍‌ସି ପକ୍ଷରୁ ପେଦ୍ରୋ ମାର୍ଟିନ ୪୭ ଓ ୪୮ତମ ମିନିଟରେ ୨ଟି ଏବଂ ଜେରି ମାଓ୍ବିମିଙ୍ଗଥାଙ୍ଗା ୬୫ ଓ ନନ୍ଦ କୁମାର ୭୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଇଷ୍ଟବେଙ୍ଗଲ ପକ୍ଷରୁ ଥୋଙ୍ଗଖୋସିଏମ ହୋପକିପ୍‌ ୨୩ ଓ ନାଓରେମ ମହେଶ ସିଂ ୩୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୬ ମ୍ୟାଚରୁ ଏହାଥିଲା ଓଡ଼ିଶା ଏଫ୍‌ସିର ୪ର୍ଥ ବିଜୟ। ଫଳରେ ଏହି ଦଳ ୧୨ ପଏଣ୍ଟ ସହ ଟେବୁଲର ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବରୁ ୬ଷ୍ଠ ସ୍ଥାନରେ ଥିଲା। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ୭ ମ୍ୟାଚରୁ ୫ମ ପରାଜୟ ସହ ୮ମ ସ୍ଥାନରେ ଅପରିବର୍ତ୍ତିତ ରହିଛି।

Share