Categories: ଖେଳ

ଓଡ଼ିଶା ଏଫ୍‌ସି ପ୍ଲେ-ଅଫ୍‌ ନିକଟତର

ଗୁଆହାଟୀ, ୧୮ା୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ପ୍ରଥମ ଥର ପ୍ଲେ-ଅଫ୍‌ ନିକଟତର ହୋଇଛି। ଶୁକ୍ରବାର ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷରେ ୩-୧ ଗୋଲରେ ବିଜୟ ହାସଲ କରିଛି। ନନ୍ଦକୁମାର ସେକର (୩୬ତମ ମିନିଟ), ଭିକ୍ଟର ରୋଡ୍ରିଗୁଏଜ(୬୫ ତମ) ଓ ଡିଏଗୋ ମରିସିଓ (୮୪ତମ) ଗୋଟିଏ ଲେଖାଏଁ ଗୋଲ ଦେଇ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ୩ ପଏଣ୍ଟ ଆଣି ଦେଇଥିଲେ। ବିପକ୍ଷ ଦଳର ଓ୍ବିଲମର ଜୋର୍ଡାନ (୯୦+୨ତମ) ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ଲେ-ଅଫ୍‌ ଯୋଗ୍ୟତା ହାସଲ କରିବା ଲାଗି ଓଡ଼ିଶା ଦଳକୁ ଆଉ ମାତ୍ର ୧ ପଏଣ୍ଟ ଆବଶ୍ୟକ। ଶୁକ୍ରବାର ଏହି ବିଜୟ ଦ୍ୱାରା ଓଏଫ୍‌ସି ପଏଣ୍ଟ ଟେବୁଲରେ ୫ମ ସ୍ଥାନ ଅଧିକାର କରି ପ୍ଲେ-ଅଫ୍‌ ଦୌଡ଼ରେ ଏଟିକେ ମୋହନ ବାଗାନଠାରୁ ଆଗରେ ରହିଛି। କଳିଙ୍ଗ ଷ୍ଟାଡିୟମରେ ୨୨ ତାରିଖରେ ଦଳ ଏହାର ଶେଷ ଲିଗ୍‌ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ।

Share