Categories: ଖେଳ

ଓଡ଼ିଶା ଏଫ୍‌ସି ଦଳର ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର, ୧୮ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭାଗ ନେବାଲାଗି ଖେଳାଳିମାନେ ଗୋଆରେ ପହଞ୍ଚତ୍ବାରେ ଲାଗିଛନ୍ତି। ଓଡ଼ିଶା ଏଫ୍‌ସିର ଭାରତୀୟ ଖେଳାଳିମାନେ କିନ୍ତୁ ଶନିବାର ଦଳରେ ବିଭକ୍ତ ହୋଇ ଆଇଏସ୍‌ଏଲ୍‌ ଆୟୋଜକଙ୍କ ଦ୍ୱାରା ଧାର୍ଯ୍ୟ ସ୍ବାସ୍ଥ୍ୟ ଓ ସୁରକ୍ଷା ନିୟମକୁ ମାନି ସେମାନଙ୍କର ଅଭ୍ୟାସ ଆରମ୍ଭ କରିଛନ୍ତି। ଦଳର ବିଦେଶୀ ଖେଳାଳିମାନେ ଟିମ୍‌ ହୋଟେଲରେ ପହଞ୍ଚତ୍ବାରେ ଲାଗିଛନ୍ତି। କରୋନା ଯୋଗୁ ଖେଳାଳିମାନେ ବହୁ ଦିନ ହେଲା ଖେଳି ନାହାନ୍ତି। ବେଟାଲବାଟିମ୍‌ ସେଣ୍ଟରରେ ଭାରତୀୟ ଆସିଷ୍ଟାଣ୍ଟ କୋଚ୍‌ ଏବଂ ପୂର୍ବତନ ଅନ୍ତର୍ଜାତୀୟ ମିଡ୍‌ଫିଲ୍ଡର ଷ୍ଟିଭେନ ଡାଏସ୍‌ଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ ଆରମ୍ଭ ହୋଇଛି। ଅଭିଜ୍ଞ ଡିଫେଣ୍ଡର ଷ୍ଟିଭେନ୍‌ ଟେଲର ଏବଂ ଫରଓ୍ବାଡ ଡିଏଗୋ ମରିସିଅସ୍‌ ପହଞ୍ଚତ୍ସାରିଥିବାବେଳେ ଆଇଏସ୍‌ଏଲ ଷ୍ଟାର ମାର୍ସିଲିନୋ ଏବଂ ଗୋଲ୍‌ କିପିଂ କୋଚ୍‌ ରୋଜେରିଓ ରାମୋସ୍‌ ଶନିବାର ଆସିଛନ୍ତି। ଡାଏସ୍‌ କହିଛନ୍ତି, ଖେଳାଳିମାନେ ବର୍ତ୍ତମାନ ନିଜ ନିଜ ପ୍ରକୋଷ୍ଠରେ ଆମ ଷ୍ଟ୍ରେନ୍ଥ୍‌ ଓ କଣ୍ଡିଶନିଂ କୋଚ୍‌ ଜୋଆନ୍‌ (କାସାନୋଭା)ଙ୍କ ଫିଟ୍‌ନେସ୍‌ ଗାଇଡ୍‌ଲାଇନ୍‌ କାର୍ଯ୍ୟକାରୀ କରିବା ଉଚିତ୍‌। ଓଡ଼ିଶା ଏଫ୍‌ସି ଫୁଟ୍‌ବଲ ଅପରେଶନ୍ସ ମୁଖ୍ୟ ଅଭିକ୍‌ ଚାଟାର୍ଜୀ କହିଛନ୍ତି, ଟ୍ରେନିଂ ସେସନ ସମସ୍ତ ଖେଳାଳି ଓ ଷ୍ଟାଫ୍‌ଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ଥିଲା। କାରଣ ଦୀର୍ଘଦିନ ବ୍ୟବଧାନରେ ସେମାନେ ପଡ଼ିଆକୁ ଓହ୍ଲାଇଥିଲେ। ଟ୍ରେନିଂ ସେସନ ବେଳେ ଖେଳାଳିଙ୍କଠାରେ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ଦେଖିବାକୁ ମିଳିଥିଲା। ପୁନର୍ବାର ଅଭ୍ୟାସ ଓ ଟ୍ରେନିଂ ସୁଯୋଗ ମିଳିପାରିଥିବାରୁ ସେମାନେ କୃତାର୍ଥ ମନେ କରୁଥିଲେ। ଖେଳାଳିମାନେ ଖୁବ୍‌ ଶୀଘ୍ର ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବାକ୍ସଟନଙ୍କ ତତ୍ତ୍ୱାବଧାନରେ ତାଲିମ ନେବେ।

Share