Categories: ଖେଳ

କ୍ରିଷ୍ଣାଙ୍କ ଡବଲରେ ଓଡ଼ିଶା ଏଫ୍‌ସି ବିଜୟୀ

ଭୁବନେଶ୍ୱର, ୧୮।୧୨(ତପନ ସ୍ବାଇଁ): ରୟ କ୍ରିଷ୍ଣାଙ୍କ ଡବଲ ଓ ମୌର୍ତାଦା ଫଲ୍‌ଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ରବିବାର ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସିକୁ ୩-୦ ଗୋଲରେ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଓଡ଼ିଶା ଏଫ୍‌ସି ପକ୍ଷରୁ ରୟ କ୍ରିଷ୍ଣା ୩୫ ଓ ୯୦+୫ ଏବଂ ମୌର୍ତାଦା ଫଲ୍‌ ୪୦ତମ ମିନିଟରେ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ। ଦ୍ୱିତୀୟାର୍ଦ୍ଧ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲା। ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଏଫ୍‌ସିର ୯ ମ୍ୟାଚରୁ ଏହା ୫ମ ବିଜୟ। ଦଳ ୨ଟି ମ୍ୟାଚ ହାରିଥିବାବେଳେ ଅବଶିଷ୍ଟ ୨ଟି ମ୍ୟାଚ ଡ୍ର ରଖିଛି।

Share